ETV Bharat / state

Fakir Mohan Birth Anniversary: ବ୍ୟାସକବିଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Jan 15, 2023, 10:50 AM IST

ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଫକୀର ମୋହନଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଫକୀରମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ

Fakir Mohan birth anniversary
ଫକୀର ମୋହନଙ୍କ ଜୟନ୍ତୀ
ଫକୀର ମୋହନଙ୍କ ଜୟନ୍ତୀ

ବାଲେଶ୍ଵର: ସହରର ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଫକୀର ମୋହନଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗେଦେଇ ଫକୀର ମୋହନଙ୍କ ଅବଦାନ ଓ ସାହିତ୍ୟ କ୍ଷେତ୍ରରେ ସଂଗ୍ରାମ କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ମୁଖବକ୍ତା ଭାବେ ବିଜୟାନନ୍ଦ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡି. ଭି ସିନ୍ଦେ ଉପସ୍ଥିତ ଥିଲେ। ଫକୀରମୋହନ ସେନାପତି ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟରେ ସଫଳ କଥାକାର । ନିଜ ଲେଖାରେ ସେ ସାଧାରଣ ଲୋକଙ୍କ ଭିତରେ ଭାଷା ସୁରକ୍ଷା ପାଇଁ ବିପ୍ଳବ ସୃଷ୍ଟି କରିଥିଲେ । 'ଛଅ ମାଣ ଆଠ ଗୁଣ୍ଠ' ଏହାର ଏକ ଜ୍ଵଳନ୍ତ ଉଦାହରଣ ।

ସେ ଥିଲେ ଜଣେ ଯୋଦ୍ଧା । ଅସ୍ତ୍ର ନୁହେଁ ଲେଖନୀରେ ହିଁ ଆଣିଥିଲେ ବିପ୍ଳବ । ଯେତେବେଳେ ଓଡ଼ିଆକୁ ସ୍ବତନ୍ତ୍ର ଭାଷା ନୁହେଁ ବୋଲି ଚକ୍ରାନ୍ତ ଚାଲିଥିଲା ସେତେବେଳେ ଫକୀର ମୋହନ ଏକା ହିଁ ଏହାକୁ ବିରୋଧ କରିଥିଲେ । ଓଡ଼ିଆ ୩୦ଲକ୍ଷ ଲୋକଙ୍କ ଭାଷା ନୁହେଁ ଏକ ଜାତିର ଭାଷା ଭାବେ ସେ ପ୍ରମାଣ କରିଥିଲେ । ଲେଖାରେ ବିପ୍ଳବ ସୃଷ୍ଟି କରିବାସହ ଓଡ଼ିଆକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲେ ବୋଲି ଫକୀରମୋହନଙ୍କ ଜୟନ୍ତୀ ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. Hockey World Cup 2023: ମାଲେସିଆକୁ ୪-୦ରେ ହରାଇଲା ନେଦରଲାଣ୍ଡ

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଫକୀରମୋହନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଫକୀରମୋହନ ତାଙ୍କ ଲେଖାରେ ଅନ୍ୟାୟ ବରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏବେ ଓଡ଼ିଶାବାସୀ କଷ୍ଟ, ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି । କିନ୍ତୁ ପ୍ରତିବାଦ କରୁନାହାଁନ୍ତି । ଫକୀରମୋହନଙ୍କ ଦାୟାଦ ଭାବେ ଅନ୍ୟାୟ ବିରୋଧରେ ପ୍ରତିବାଦ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସାହିତ୍ୟିକଙ୍କୁ ଫକୀରମୋହନଙ୍କ ସ୍ମୃତିରେ ଭିନ୍ନ ଭିନ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, ''ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ଫକୀର ମୋହନଙ୍କ ଯେଉଁ ଅଦ୍ୟମ ପ୍ରୟାସ ବିଶେଷ ଭାବରେ ସାହିତ୍ୟ କ୍ଷେତ୍ରରେ ସେ ଶାସନକୁ ସତର୍କ କରିଦେଇଛନ୍ତି । ଲୋକେ କେତେ ଦୁଃଖ, କଷ୍ଟ , ଯନ୍ତ୍ରଣା ଓ ଦାରିଦ୍ର୍ୟ ମଧ୍ୟରେ ଷଢ଼ୁଛନ୍ତି । କିନ୍ତୁ ଏହା ଏ ସରକାରଙ୍କ ଦୃଷ୍ଟିକୁ ଆସିନି । ତେଣୁ ସମଗ୍ର ସମାଜକୁ ସଚେତନ କରିବାକୁ ଯାଇ ଓ ଓଡ଼ିଆ ସାହିତ୍ୟର ଭାଷାକୁ ବଞ୍ଚାଇବା ପାଇଁ ତା ବିରୋଧରେ ଲେଖିଛନ୍ତି । ତେଣୁ ସେ ଯେପରି ଭାଷାକୁ, ସାହିତ୍ୟକୁ ଓ ଆମ ସମାଜ ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଅନେକ କାମ କରିଛନ୍ତି । ଫକିର ମୋହନ ଯଦି ସମସ୍ତ କଷ୍ଟ ଯନ୍ତ୍ରଣାକୁ ସହି ଲଢ଼େଇ ଆରମ୍ଭ କରିନଥାନ୍ତେ ଆଜି ଓଡ଼ିଆ ଭାଷା ଓଡ଼ିଆରେ ନଥାନ୍ତା'' ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.