ବାଲେଶ୍ବର: ଜିଲ୍ଲା ଟାଉନ ହଲ୍ ପରିସରରେ ଶୁକ୍ରବାର ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବାଲେଶ୍ଵର ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ବରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ରାଜ୍ୟପାଳଙ୍କୁ ଅନୁଷ୍ଠାନ ପକ୍ଷରୁ ଫକୀର ମୋହନ ସେନାପତିଙ୍କ ତୈଳଚିତ୍ର ଉପହାର ଦିଆଯାଇଥିଲା। ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରଥମଥର ପାଇଁ ବାଲେଶ୍ଵର ଆସିଥିବା ଆନ୍ଧ୍ର ରାଜ୍ୟପାଳ ଓଡ଼ିଶାର ଗର୍ବ ବୋଲି ସମ୍ବୋଧନ କରାଯାଇଥିଲା ।
ରାଜ୍ୟପାଳ ଓଡ଼ିଆ ଭାଷାର ସେନାପତି ଫକୀର ମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଅଭିଭାଷଣରେ କହିଥିଲେ ଯେ, ବାଲେଶ୍ଵର ସହିତ ସମ୍ପର୍କ ନିବିଡ଼, ମାଟି ମାଆ ଓ ମଣିଷ ପାଇଁ ଲଢେଇ କରିବା। ରାଜ୍ୟପାଳ ହେବା ପରେ ମଧ୍ୟ ଲୋକଙ୍କ ସହିତ କୌଣସି ଦୂରତା ସୃଷ୍ଟି ହୋଇନି। ରେଡ଼ କାର୍ପେଟ କେବେବି ବ୍ୟବହାର କରାଯିବନାହିଁ। ସାଧାରଣ ମଣିଷ ହିସାବରେ ବଞ୍ଚିବାକୁ ଚାହେଁ, ସେଥିପାଇଁ କୌଣସି ପ୍ରକାର ସମ୍ବୋଧନର ଆଵଶ୍ୟକତା ନାହିଁ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ