ETV Bharat / state

ରାତାରାତି ଭାଙ୍ଗିଲା ପାର୍ବତୀଙ୍କ ନିର୍ମାଣଧୀନ ଆବାସ ଗୃହ, ଥାନାରେ ଏତଲା

ବାଲେଶ୍ବର ଔପଦା ବ୍ଲକର ଜଣେ ହିତାଧିକାରୀଙ୍କ ନିର୍ମାଣଧୀନ ଆବାସ ଗୃହ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।

ଭାଙ୍ଗିଲା ପାର୍ବତୀଙ୍କ ନିର୍ମାଣଧୀନ ଆବାସ ଗୃହ
author img

By

Published : Oct 29, 2019, 2:18 PM IST

ବାଲେଶ୍ଵର: ଗରୀବ ଲୋକଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ବାସଗୃହ। ମାତ୍ର ବାଲେଶ୍ବର ଔପଦା ବ୍ଲକର ଜଣେ ହିତାଧିକାରୀଙ୍କ ନିର୍ମାଣଧୀନ ଆବାସ ଗୃହ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହକୁ ରାତତାରାତି କେହି ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ଭାଙ୍ଗିଲା ପାର୍ବତୀଙ୍କ ନିର୍ମାଣଧୀନ ଆବାସ ଗୃହ

ସୋରିଷପାଳ ଗ୍ରାମର ଅସହାୟ ମହିଳା ପାର୍ବତୀ ସରେନ । ସେ ଭୂମିହୀନ ହୋଇଥିବାରୁ ତାଙ୍କୁ ଔପଦା ରାଜସ୍ୱ ବିଭାଗ ପକ୍ଷରୁ ସୋରିଷପାଳ ଗ୍ରାମରେ 4 ଡେସିମିଲ ଭୂମି ପ୍ରଦାନ କରାଯାଇଥିଲା। ଉକ୍ତ ଭୂମି ଅନୁସାରେ, ପାର୍ବତୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଥିଲା।

କାର୍ଯ୍ୟାଦେଶ ପାଇବା ପରେ ପାର୍ବତୀ ଘର କାମ ଆରମ୍ଭ କରିଥିଲେ। ମାତ୍ର ଉକ୍ତ ସ୍ଥାନକୁ ଶ୍ମଶାନ ଜାଗା ବୋଲି କହି ଗ୍ରାମର କିଛି ଲୋକ ଘର ନିର୍ମାଣକୁ ବିରୋଧ କରିଥିଲେ। ଯାହାକୁ ପାର୍ବତୀ ବେଖାତିର କରି ନିୟମ ଅନୁସାରେ ଘର ନିର୍ମାଣ କରିଥିଲେ ।

ମାତ୍ର ରାତାରାତି କେହି ତାଙ୍କ ଘର ଭାଙ୍ଗି ଦେଇଥିବା ସେ ସକାଳେ ଦେଖିବାକୁ ପାଇଥିଲେ। ଏନେଇ ପାର୍ବତୀ ଔପଦା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକରେ ଜଣେ ହିତାଧିକାରୀଙ୍କ ନିର୍ମାଣଧୀନ ଆବାସ ଗୃହ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଔପଦା ଥାନା ସୋରିଷପାଳ ଗ୍ରାମର ଅସହାୟ ମହିଳା ପାର୍ବତୀ ସରେନ ଭୂମିହୀନ ହୋଇଥିବାରୁ ତାଙ୍କୁ ଔପଦା ରାଜସ୍ୱ ବିଭାଗ ପକ୍ଷରୁ ସୋରିଷପାଳ ଗ୍ରାମର 321/10 ଖାତା ନମ୍ବରରେ 4 ଡେସିମିଲ ଭୂମି ଦିଆଯାଇଥିଲା। ଉକ୍ତ ଭୂମି ଅନୁସାରେ ପାର୍ବତୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଥିଲା। କାର୍ଯ୍ୟାଦେଶ ପାଇବା ପରେ ପାର୍ବତୀ ଘର କାମ ଆରମ୍ଭ କରିଥିଲେ। ଉକ୍ତ ଜାଗାଟି ଶ୍ମଶାନ ଜାଗା ବୋଲି କହି ଗ୍ରାମର କିଛି ଲୋକ ଘର ନିର୍ମାଣ କୁ ବିରୋଧ କରିଥିଲେ। ନିୟମ ଅନୁସାରେ ପାର୍ବତୀ ଘର ନିର୍ମାଣ କରିଥିବା ବେଳେ ରାତିରେ କେହି ତାଙ୍କ ଘର ଭାଙ୍ଗିଦେଇଥିବା ସେ ସକାଳେ ଦେଖିବାକୁ ପାଇଥିଲେ। ଏନେଇ ପାର୍ବତୀ ଔପଦା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.