ବାଲେଶ୍ଵର: ସହରର ଷ୍ଟେସନ ଛକ ନିକଟରେ ଜଣେ ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ । ସୂଚନା ଅନୁସାରେ, ଷ୍ଟେସନ ଛକ ନିକଟରେ ଥିବା ଏକ ସପିଂ ମଲ ଆଗରେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ କିଛି ଲୋକଙ୍କୁ ଅଟକାଇ ଗଣ୍ଡଗୋଳ କରୁଥିଲା।
ଖବର ପାଇ ପିସିଆର ଭ୍ୟାନ ପହଞ୍ଚିବା ପରେ ଯୁବକ ଜଣଙ୍କ ଭ୍ୟାନର ପଛ କାଚ ଭାଙ୍ଗି ଦେଇଥିଲା। ପୋଲିସ ଓ ନିଶାସକ୍ତ ଯୁବକ ମଧ୍ୟରେ ବେଶ କିଛି ସମୟ ଛକାପଞ୍ଛା ପରେ ଶେଷରେ ପୋଲିସ ଯୁବକ ଜଣକୁ କାବୁ କରି ଥାନାକୁ ନେଇଥିଲା । ଏହି ଘଟଣାରେ ଷ୍ଟେସନ ଛକରେ କିଛି ସମୟ ଉତ୍ତେଜନା ଦେଖିବାକୁ ମିଳିଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ