ETV Bharat / state

କ୍ଵାରେଣ୍ଟାଇନ କେନ୍ଦ୍ରରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ - sexsual harrasment within the quarantine center

ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

କ୍ଵାରେନଣ୍ଟାଇନ କେନ୍ଦ୍ରରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

author img

By

Published : May 26, 2020, 11:42 PM IST

Updated : May 27, 2020, 8:23 AM IST

ବାଲେଶ୍ଵର: ଜିଲ୍ଲା ନୀଳଗିରି ବରହମପୁର ଥାନା ଅଧୀନରେ ଥିବା ଏକ କ୍ଵାରେଣ୍ଟାଇନ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା । ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

କ୍ଵାରେନଣ୍ଟାଇନ କେନ୍ଦ୍ରରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଘଟଣା ବିଷୟରେ ଜଣାପଡିବା ପରେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ଛେଚିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ, ଗୋହିରା ଅଞ୍ଚଳର ରତ୍ନାକର ଜେନା ନାମକ ଯୁବକ ମଙ୍ଗଳବାର ସକାଳୁ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀ ଅସୁସ୍ଥ ହୋଇ ବାନ୍ତି କରୁଥିବା ବେଳେ ତାଙ୍କୁ ସେ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ଏହି ଘଟଣା ଜଣାପଡିବା ପରେ ସେଣ୍ଟରରେ ଥିବା ଅନ୍ୟ ଅନ୍ତେବାସୀମାନେ ରତ୍ନାକରକୁ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 27, 2020, 8:23 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.