ବାଲେଶ୍ବର: ଭିଜିଲାନ୍ସ ବିଭାଗର କନଷ୍ଟେବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜୈନିକ ମହିଳା । ବାଲେଶ୍ବର ନୀଳଗିରି ଥାନାରୁ ଆସିଛି ଏଭଳି ଅଭିଯୋଗ ।
ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଅଞ୍ଚଳର ଜୈନିକ ମହିଳା ଜଣକ ବାଲେଶ୍ବର ହାତୀମୁଣ୍ଡା ଗ୍ରାମରେ ନିଜ କାକାଙ୍କ ଘରେ ରହୁଥିଲେ । ମହିଳା ଜଣଙ୍କ ତାଙ୍କ କକାଙ୍କ ଘରେ ଏକୁଟିଆ ଥିବା ବେଳେ ସମ୍ପୃକ୍ତ କନଷ୍ଟେବଳ ଜଣଙ୍କ ପାଣି ପିଇବା ବାହାନାରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ମହିଳାଙ୍କୁ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣାରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ