ETV Bharat / state

ବୁଥ ଅଭିମୁଖେ ପୋଲିଂ ପାର୍ଟି

ଦିନକ ପରେ ଆରମ୍ଭ ହେବ 4ର୍ଥ ପର୍ଯ୍ୟାୟ ନିର୍ବାଚନ । ବାଲେଶ୍ବର ଜିଲ୍ଲାର ବିଭିନ୍ନ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।

author img

By

Published : Apr 27, 2019, 11:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଦିନକ ପରେ 4ର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି । ବାଲେଶ୍ବର ଜିଲ୍ଲାର ବିଭିନ୍ନ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଏନେଇ ଶନିବାର ବାଲେଶ୍ବର ସହର ବେଶ୍‌ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରର 5ଟି ସ୍ଥାନରେ ବିତରଣ କେନ୍ଦ୍ର ଖୋଲାଯାଇଥିବା ବେଳେ ପୋଲିଂ କର୍ମଚାରୀମାନେ ସେଠାରେ ସକାଳ 8 ଟାରେ ପହଞ୍ଚିଥିଲେ । ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ପୋଲିଂ ପାଇଁ ସମସ୍ତ ଜିନିଷ ପ୍ରଦାନ କରାଯାଇଥିଲା । ସହରର କେନ୍ଦ୍ରୀୟ ବିଦ୍ୟାଳୟ, ଉତ୍କଳ ବାଳାଶ୍ରମ, ଆଇଟିଆଇ, ଖ୍ରୀଷ୍ଟିଆନ ହାଇସ୍କୁଲ, ନୀଳଗିରି କେସି ହାଇସ୍କୁଲରେ ଏଭିଏମ ବିତରଣ କେନ୍ଦ୍ର ଖୋଲାଯାଇଥିଲା ।

ବିତରଣ କେନ୍ଦ୍ରରେ 20ଟି ଲେଖାଏଁ କାଉଣ୍ଟର ଖୋଲାଯାଇଥିଲା । ସେଠାରେ 20ଟି ପୋଲିଂ ପାର୍ଟିଙ୍କୁ ବିତରଣ କରାଯାଇଛି । ଏହାସହ ଗାଡି, ପୋଲିସ, ଖର୍ଚ୍ଚ କାଉଣ୍ଟର ଆଦି ବ୍ୟବସ୍ଥା କରାଯାଇଛି । ପ୍ରତି ବୁଥ ପାଇଁ ପ୍ରିଜାଇଡିଂ ଅଫିସରଙ୍କ ସମେତ 7ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । 3600 ଗାଡ଼ିରେ 14ହଜାର 750 ପୋଲିଂ ପାର୍ଟି ବୁଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ଜିଲ୍ଲାର 64ଟି ସଖି ବୁଥ ହୋଇଥିବା ବେଳେ 2500 ମହିଳା କର୍ମଚାରୀ ବୁଥରେ ପହଞ୍ଚିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କିଛି ମାତ୍ରାରେ ପାନୀୟ ଜଳ ଓ ପୋଲିଂ କର୍ମଚାରୀଙ୍କ ବସିବା ପାଇଁ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି ।

ବାଲେଶ୍ବରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.