ବାଲେଶ୍ବର: ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରୀୟ ପ୍ରତିବାଦ ଦିବସ ପାଳନ । ଏନେଇ ବାଲେଶ୍ଵର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏଆଇଟିୟୁସି ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସଙ୍ଗଠନ ଗୁଡ଼ିକର ଅଭିଯୋଗ ଅନୁଯାୟୀ, ମୋଦି ସରକାର କୋରୋନାବେଳେ ଲୋକମାନଙ୍କୁ ଗୃହବନ୍ଦୀ ରଖି ଦେଶ ବିକ୍ରି ପାଇଁ ଉଦ୍ୟମ ଚଳାଇଛନ୍ତି । ଏହାସହ ଦେଶର ସମ୍ପତ୍ତିକୁ ଘରୋଇକରଣ କରି ଦେଶକୁ ପରହାତରେ ବନ୍ଧା ପକାଇ ଦେଇଛନ୍ତି ।
ଏମିତି ପରିସ୍ଥିତି ଭିତରେ ଦେଶର ଅବସ୍ଥା ସଙ୍କଟରେ ଥିବାବେଳେ ଏହାକୁ ନେଇ ଶ୍ରମିକ ସଙ୍ଗଠନ ଗୁଡ଼ିକ ପ୍ରତିବାଦ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ଓ ପ୍ରତିବାଦ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ