ETV Bharat / state

ସରିଛି ବାଲେଶ୍ଵର ସଦର ଉପନିର୍ବାଚନ, ଏବେ ତ୍ରିସ୍ତରୀୟ ସୁରକ୍ଷାରେ ଇଭିଏମ - three-tier security

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଗତକାଲି(ମଙ୍ଗଳବାର) ଭୋଟପଡି ସାରିଥିବାବେଳେ ଏବେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ଗୁଡିକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

Balasore by-election is over
ଏବେ ତ୍ରିସ୍ତରୀୟ ସୁରକ୍ଷାରେ ଇଭିଏମ
author img

By

Published : Nov 4, 2020, 5:35 PM IST

Updated : Nov 4, 2020, 6:44 PM IST

ବାଲେଶ୍ବର: କୋରୋନା ମହାମାରୀ ଭିତରେ ସରିଛି ରାଜ୍ୟର 2ଟି ବିଧାନସଭା ପାଇଁ ଭୋଟଗ୍ରହଣ । ଆଉ ଇଭିଏମ ମେସିନରେ ସିଲ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହାରି ମଧ୍ୟରେ ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଗତକାଲି(ମଙ୍ଗଳବାର) ଭୋଟପଡି ସାରିଥିବାବେଳେ ଏବେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ଗୁଡିକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

ଏବେ ତ୍ରିସ୍ତରୀୟ ସୁରକ୍ଷାରେ ଇଭିଏମ

ଭୋଟଗ୍ରହଣ ପରେ 346 ବୁଥରୁ ଇଭିଏମ ଆସି ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ଭାବେ ରଖାଯାଇଛି । ନଭେମ୍ବର 3ରେ ହୋଇଥିବା ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଭୋଟଗ୍ରହଣରେ ବାଲେଶ୍ଵରବାସୀ ଏବେ ବାଛିସାରିଛନ୍ତି ସେମାନଙ୍କ ନେତା । ଇଭିଏମରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।

ଆସନ୍ତା 10 ତାରିଖରେ ଗଣତି ଥିବାବେଳେ ଏବେ ଇଭିଏମର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମସ୍ତରରେ ସିଆରପିଏଫ ଟିମ, ଦ୍ଵିତୀୟ ସ୍ତରରେ ଓସଏପି ଓ ତୃତୀୟସ୍ତରରେ ସ୍ଥାନୀୟ ପୋଲିସ ଓ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କୌଣସି କାର୍ଯ୍ୟ ପାଇଁ ଆସୁଥିବା ଲୋକମାନଙ୍କ ପରିଚୟପତ୍ର ଯାଞ୍ଚ ପରେ ସେମାନଙ୍କୁ ଅଫିସ କାର୍ଯ୍ୟରେ ଛଡ଼ା ଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 4, 2020, 6:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.