ବାଲେଶ୍ବର: ପୁଣିଜଣେ ବିଧାୟକ କୋରୋନା ଆକ୍ରାନ୍ତ । ବାଲେଶ୍ଵର ଜିଲ୍ଲାର ଜଣେ ଜନପ୍ରତିନିଧିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ବାଲେଶ୍ବର ନୀଳଗିରି ବିଧାୟକଙ୍କ ପରେ ଏବେ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ଏକ ସଭାରେ ରେମୁଣା ବିଧାୟକ ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ । ନୀଳଗିରି ବିଧାୟକଙ୍କ କୋରୋନା ପଜିଟିଭ ଆସିବା ପରେ ରେମୁଣା ବିଧାୟକ ନିଜକୁ ସଂଗରୋଧରେ ରଖିଥିଲେ । ଗତ 11 ତାରିଖ ରେମୁଣା ବିଧାୟକଙ୍କ ସ୍ବାବ ନମୁନା ପରୀକ୍ଷଣ ପାଇଁ ଦିଆଯାଇଥିଲା । ଆଜି(ମଙ୍ଗଳବାର) ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ