ETV Bharat / state

Acid Attack: ପ୍ରେମିକା ଓ ସମ୍ପର୍କୀୟକୁ ପ୍ରେମିକର ଏସିଡ୍ ମାଡ, ୪ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର ସହଦେବଖୁଣ୍ଟା ଥାନା ଭୀମପୁରା ଛକରେ ଏସିଡ ମାଡ । ଜଣେ ଯୁବକ ବଚସା ହେବା ପରେ ନିଜ ପ୍ରେମିକା ଓ ତାଙ୍କ ସମ୍ପର୍କୀୟଙ୍କୁ ଏସିଡ ମାଡ କରିଥିବା ବେଳେ ୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Acid Attack
Acid Attack
author img

By

Published : Feb 20, 2023, 4:18 PM IST

Updated : Feb 20, 2023, 8:48 PM IST

ବାଲେଶ୍ବର: ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଧୀନ ଭୀମପୁରା ଛକ ନିକଟରେ ଏସିଡ ମାଡ଼ । ପ୍ରେମିକା ଓ ସମ୍ପର୍କୀୟଙ୍କୁ ପ୍ରେମିକ ଜଣକ ଏସିଡ ଫିଙ୍ଗିଥିବା ବେଳେ ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପ୍ରେମିକା, ପ୍ରେମିକାଙ୍କ ଭଉଣୀ ଓ ତାଙ୍କ ଭଉଣୀଙ୍କ କୁନି ପୁଅଝିଅ ରହିଥିବା ଜଣାପଡ଼ିଛି । ପ୍ରେମିକା ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ବଚସା ହେବା ପରେ ଅଭିଯୁକ୍ତ ପ୍ରେମିକ ଏସିଡ ଫିଙ୍ଗିଥିବା ଜଣାପଡ଼ିଛି । ଯୁବକ ଜଣକ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏସିଡ ମାଡ଼ କରିଥିବା ଯୁବକର ନାମ ଚନ୍ଦନ ରଣା ବୋଲି ଜଣାପଡ଼ିଛି । ଚନ୍ଦନ ପୂର୍ବରୁ ବିବାହିତ ହୋଇଥିବା ଭୀମପୁରା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ବେଶ ନିବିଡ଼ ହେବାପରେ ଉଭୟ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ପୀଡି଼ତା ଜଣକ ଚନ୍ଦନ ପୂର୍ବରୁ ବିବାହିତ ଥିବା ନେଇ ଜାଣିନଥିଲେ । ସେ ବିବାହିତ ଥିବା ଜାଣିବା ପରେ ସମ୍ପର୍କରେ ଫାଟ ଆରମ୍ଭ ହୋଇଥିଲା । ଚନ୍ଦନ ପୂର୍ବରୁ ବିବାହିତ ଜାଣିବା ପରେ ସବୁବେଳେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା ।

ଏହା ବି ପଢନ୍ତୁ- ଗୌହାଟୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି: ସ୍ବାମୀ ଓ ଶାଶୁକୁ ହତ୍ୟା କରି ଫ୍ରିଜରେ ରଖିଲା ସ୍ତ୍ରୀ

ଏନେଇ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଚନ୍ଦନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହେଉଥିଲା । ଆଜି ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ପୀଡ଼ିତାଙ୍କ ପରିବାର ସହ ବଚସା ହୋଇଥିଲା । କ୍ରମଶଃ ଏହା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଚନ୍ଦନ କ୍ରୋଧିତ ହୋଇ ସାଙ୍ଗରେ ଆଣିଥିବା ଏସିଡକୁ ଯୁବତୀଙ୍କ ଉପରକୁ ଫିଙ୍ଗିଥିଲା । ଏଥିରେ ପ୍ରେମିକା ଓ ତାଙ୍କ ବଡ଼ ଭଉଣୀ ଏବଂ ଭଉଣୀଙ୍କ କୁନି ପୁଅ ଓ ଝିଅ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଵାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି।

ଚିକିତ୍ସା ପରେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ପ୍ରେମିକାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅପର ପକ୍ଷରେ ଏସିଡି ମାଡ଼ କରିବା ପରେ ଚନ୍ଦନ ଫେରାର ହୋଇଯାଇଛି । ସହଦେଵଖୁଣ୍ଟା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

ଇଟିଭି ଭାରତ, ବାଲେଶ୍ବର

Last Updated : Feb 20, 2023, 8:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.