ETV Bharat / state

ମାଇଁଙ୍କୁ ଦୁଷ୍କର୍ମ କରି ଭଣଜାକୁ 10 ବର୍ଷ ଜେଲ - ବାଲେଶ୍ବରରେ ମାଇଁ ଦୁଷ୍କର୍ମ ମାମଲା

ମାଇଁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ଭଣଜାକୁ ଦଣ୍ଡାଦେଶ । ଗୁରୁବାର ବାଲେଶ୍ବର ଜିଲ୍ଲା ଅତିରିକ୍ତ ଦୌରାଜଜ ସୁବାଷ କୁମାର ବେହାରୀ ସମ୍ପୃକ୍ତ ଘଟଣାର ବିଚାର କରି ଦୋଷୀକୁ 10 ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି ।

accussed nephew heared for 10 years imprisonment, balesore rape with aunty case, nephew rape aunty case update, balesore latest news, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ମାଇଁ ଦୁଷ୍କର୍ମ ମାମଲା, ମାଇଁ ଦୁଷ୍କର୍ମକାରୀ ଭଣଜାକୁ 10 ବର୍ଷ ଜେଲ
ଡିଜାଇନ ଫଟୋ
author img

By

Published : Dec 19, 2019, 9:58 PM IST

ବାଲେଶ୍ବର: ମାଇଁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ଭଣଜାକୁ ଦଣ୍ଡାଦେଶ । ଗୁରୁବାର ବାଲେଶ୍ବର ଜିଲ୍ଲା ଅତିରିକ୍ତ ଦୌରାଜଜ ସୁବାଷ କୁମାର ବେହାରୀ ସମ୍ପୃକ୍ତ ଘଟଣାର ବିଚାର କରି ଦୋଷୀକୁ 10 ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି । ଏଥିସହ 7 ହଜାର ଟଙ୍କାର ଜୋରିମାନା ଓ ଅନାଦେୟରେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ନରହରିପୁର ଗାଁରେ ରହୁଥିବା ଭଣଜା ଶଶଧର ମଣ୍ଡଳ ନିଜ ମାଇଁଙ୍କ ସହ ସମ୍ପର୍କ ଗଢିଉଠିଥିଲା । ହେଲେ 2017 ମସିହା ଏପ୍ରିଲ 5 ତାରିଖରେ ମାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଜଣାପଡିଥିଲା ଯେ ଭଣଜା ତାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ମାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା ପୋଲିସ ।

ଏହି ଜମାନବନ୍ଦୀ ଅନୁଯାୟୀ ଭଣଜା ଶଶଧର ମାଇଁଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ମାରିଦେବାର ଧମକ ଦେଇଥିଲା । ଏହାକୁ ସହି ନପାରି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ବୟାନ ରେକର୍ଡ ପରେ ମହିଳାଙ୍କ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରଦିନ ମୃତ ମହିଳାଙ୍କ ଅଭିଯୋଗ ଆଧାରରେ 41/17 ନମ୍ବରରେ ଏକ ମାମଲା ରୁଜୁ କରିଥିଲା ପୋଲିସ । ଥାନାର ତତ୍କାଳୀନ ଅଧିକାରୀ ଅଶୋକ କୁମାର ମହାନ୍ତି ସମ୍ପୃକ୍ତ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଶଶଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ପରେ ଏହା ଜିଲ୍ଲା ଅଦାଲତରେ ଏସ୍‌ଟି ନମ୍ବର 21/2202017ରେ ରୁଜୁ ହୋଇ ମାମଲା ବିଚାରାଧୀନ ଥିଲା। ଏଥିରେ 16 ଜଣ ସାକ୍ଷୀ ଓ 18ଟି ଦସ୍ତାବିଜକୁ ଭିତ୍ତି କରି ବିଚାରପତି ବେହାରି ଗୁରୁବାର ଅଭିଯୁକ୍ତ ଶଶଧର ମଣ୍ଡଳକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଦୀପକ କୁମାର ଦାଶ ପରିଚାଳନା କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌(୨) ସୁବାଷ କୁମାର ବେହାରି ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଏଥିସହ ଦୋଷୀକୁ ୭ ହଜାର ଟଙ୍କା ଜରିମାନା ଓ ତାହା ଅ‌ନାଦାୟ ହେଲେ ତାକୁ ଅଧିକ ୧ ବର୍ଷ ଜେଲ୍‌ଦଣ୍ଡାଦେଶ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ଶିଳ୍ପାଚଂଳ ଥାନା ନରହରିପୁର ଗ୍ରାମର ଜଣେ ମାମୁ ଓ ତାଙ୍କ ସମ୍ପର୍କୀୟ ଭଣଜା ଶଶଧର ମଣ୍ଡଳଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୭ ମସିହା ଏପ୍ରିଲ ମାସ ୫ ତାରିଖରେ ସମ୍ପୃକ୍ତ ମାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେଠାରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ଭଣଜା ଶଶଧର ତାଙ୍କ ସହ ଦୁଷ୍କର୍ମ କରିଥିବା ସହ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାର ଧମକଚମକ ଦେଇଥିବାରୁ ଏହାକୁ ସହ୍ୟ କରି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକୁ ଭିତ୍ତି କରି ଶିଳ୍ପାଚଂଳ ଥାନାରେ ତା’ ପରଦିନ ୪୧/୧୭ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଥାନାର ତତ୍‌କାଳୀନ ଅଧିକାରୀ ଅଶୋକ କୁମାର ମହାନ୍ତି ଏହି ମାମଲାର ତଦନ୍ତ କରୁଥିବା ବେଳେ ସମ୍ପର୍କୀୟ ଭଣଜା ଶଶଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ଏହା ଜିଲ୍ଲା ଅଦାଲତରେ ଏସ୍‌ଟି ନମ୍ବର ୨୧/୨୨୦/୨୦୧୭ରେ ରୁଜୁ ହୋଇ ମାମଲା ବିଚାରାଧୀନ ଥିଲା। ଏଥିରେ ୧୬ ଜଣ ସାକ୍ଷୀ ଓ ୧୮ଟି ଦସ୍ତାବିଜକୁ ଭିତ୍ତି କରି ବିଚାରପତି ଶ୍ରୀ ବେହାରି ଆଜି ଅଭିଯୁକ୍ତ ଶଶଧର ମଣ୍ଡଳକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଦୀପକ କୁମାର ଦାଶ ପରିଚାଳନା କରିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.