ବାଲେଶ୍ବର: ସୋର ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ସଡକ ଦୁର୍ଘଟଣା । ଏକ ବାଲି ବୋଝେଇ ଟ୍ରକ ସହିତ କଣ୍ଟେନରର ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ୨ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବରରୁ ଜୀବଜ୍ୟୋତି ନାୟକ, ଇଟିଭି ଭାରତ