ETV Bharat / state

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇଘଣ୍ଟା ପାଇଁ ଅବରୋଧ ଜାତୀୟ ରାଜପଥ - ବସ୍ତା ଥାନା

ବାଲେଶ୍ବର ଜାତୀୟ ରାଜପଥ 60 ରେ ଟ୍ରକ ଦୁର୍ଘଟଣା ଜଣେ ମୃତ । ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଦୁଇ ଘଣ୍ଟା କାଳ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର
author img

By

Published : Nov 3, 2019, 1:45 PM IST

ବାଲେଶ୍ବର: ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ଠାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଜଣେ ଗୁରୁତର ହେବା ସହ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି। ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏହାକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଛନ୍ତି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ଜାତୀୟ ରାଜପଥରେ ଦୁଇଟ୍ରକ ମୁହାଁମୁହଁ ଦୁର୍ଘଟଣା ପରେ ଦୁଇ ଜଣ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡ୍ରାଇଭରକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲା।

ଜାତୀୟ ରାଜପଥ ଭେଲୋରା ଛକ ଠାରେ ଭୂତଳ ବ୍ରିଜ ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରି ନଥିବାରୁ ଗୋଟିଏ ପାର୍ଶ୍ବ ରାସ୍ତାରେ ଗାଡ଼ି ଯିବା ଆସିବା କରୁଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହୋଇଛି । ତେବେ ରାସ୍ତା କାମ କରିବା ପାଇଁ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କ ଦାବି ହୋଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଦୀର୍ଘ 2ଘଣ୍ଟା ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ହଟିଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ NH 60 ଭେଲୋରା ଛକ ଠାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ରେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏହା କୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଲାଗିଥିବା ବେଳେ ବସ୍ତା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲା। ଜାତୀୟ ରାଜପଥ ଭେଲୋରା ଛକ ଠାରେ ଭୂତଳ ବ୍ରିଜ ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରି ନଥିବାରୁ ଗୋଟିଏ ପାର୍ଶ୍ୱ ରାସ୍ତାରେ ଗାଡ଼ି ଯିବା ଆସିବା କରୁଛି । ଫଳରେ ବହୁ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହୋଇଛି । ତେବେ ରାସ୍ତା କାମ କରିବା ପାଇଁ ଦୀର୍ଘ ଦିନଧରି ସ୍ଥାନୀୟ ଲୋକଙ୍କ ଦାବି ହୋଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ତେବେ ଆଜି ଦୁଇଟ୍ରକ ମୁହାଁମୁହଁ ଦୁର୍ଘଟଣା ପରେ ଦୁଇ ଜଣ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡ୍ରାଇଭରକୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଦୀର୍ଘ 2ଘଣ୍ଟା ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି ପାଇ ଅବରୋଧ ହଟିଥିଲା।
ବାଇଟ:-ଧ୍ରୁବ ଚରଣ ନାଏକ (ସ୍ଥାନୀୟ ବାସିନ୍ଦା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.