ବାଲେଶ୍ବର: ଭାଇର ଶାଳିକୁ ଦୁର୍ବ୍ୟବହାର ସହ ମାଡମାରିବା ଘଟଣାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ । ପୀଡିତାଙ୍କ ମାଆ ଅଭିଯୋଗ ଆଣିବା ପରେ ସମାଧାନ ପାଇଁ ଥାନାରେ ହୋଇଥିବା ଆପୋଷ ବୁଝାମଣାରେ ଜରିମାନା ଦେବା ଲାଗି ନିଷ୍ପତ୍ତି ହୋଇଥିଲା । ହେଲେ ଜରିମାନା ଦେଇନପାରି ଆତ୍ମହତ୍ୟା କରିଛି ଅଭିଯୁକ୍ତ । ଏ ଘଟଣାଟି ଘଟିଛି ଜିଲ୍ଲା ସୋର ଥାନା ବେଲପୁର ଗ୍ରାମରେ ।
ଜିଲ୍ଲା ଜାମୁଝାଡି ଅଞ୍ଚଳର ଜଣେ ନାବାଳିକାକୁ ତା ନିଜ ଭିଣେଇ ସୁରେଶ ରଣାଙ୍କ ସାନ ଭାଇ ଉମେଶ ଦୁର୍ବବ୍ୟବହାର ସହ ମାଡ ମାରି ଥିବାର ଅଭିଯୋଗ ହୋଇଛି । ଏନେଇ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ଆଣିଥିଲେ ପୀଡିତାଙ୍କ ମାଆ । । ଏହି ଘଟଣାର ସମାଧାନ ପାଇଁ ଥାନାରେ ଆପୋଷ ବୁଝାମଣା ହୋଇଥିଲା । ପ୍ରଥମେ ମଧ୍ୟସ୍ଥିଙ୍କ ପକ୍ଷରୁ ଅଭିଯୁକ୍ତକୁ 50ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା । ତେବେ ପରେ 20 ହଜାର ଜୋରିମାନା ଦେବାକୁ ସ୍ଥିର ହୋଇଥିଲା । ତେବେ ଟଙ୍କା ଆଣିବାକୁ ଉମେଶ ଘରକୁ ଯାଇଥିବା ବେଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ପୀଡିତାଙ୍କ ମା ଗରିବ ଶ୍ରେଣୀର ହୋଇଥିବା ବେଳେ ଦାଦନ ପାଇଁ ବାହାରକୁ ଯିବାବେଳେ ଝିଅକୁ ଜ୍ବାଇଁ ନିକଟରେ ଛାଡିଥିଲେ । ଯାହାର ଫାଇଦା ଉଠାଇ ଉମେଶ ପୀଡିତା ନାବାଳିକାଙ୍କୁ ଦୁର୍ବ୍ୟବହାର ସହ ମାଡ ମାରି ହାତ ଭାଙ୍ଗି ଦେଇଥିଲେ ।
ସେପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ