ETV Bharat / state

ବଜାର ସଉଦା ସାରି ଫେରିବା ବାଟରେ ଭାଲୁ ଆକ୍ରମଣ

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀଭୟ ଲୋକଙ୍କୁ ଘାରିଥିବା ବେଳେ ଏବେ ଭାଲୁ ଭୟ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି ।

author img

By

Published : Jun 19, 2019, 10:27 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ୱର : ପ୍ରଥମେ ହାତୀ ଆଉ ଏବେ ଭାଲୁ । ସାଧାରଣଲୋକଙ୍କୁ ଏବେ ଘାରିଛି ବନ୍ୟଜନ୍ତୁ ଆକ୍ରମଣ ଭୟ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଭୟ ଲୋକଙ୍କୁ ଘାରିଥିବା ବେଳେ ଏବେ ଭାଲୁ ଭୟ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ବଜାରରୁ ଫେରୁଥିବା ଜଣେ ଯୁବକଙ୍କୁ ଭାଲୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡ଼ିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ଯୁବକ ଜଣକ ହେଲେ ନୀଳଗିରି ଥାନା ଚତ୍ରୀଖୁଣ୍ଟା ଗ୍ରାମର ରବୀନ୍ଦ୍ର ଦାସ । ରାତିରେ ସେ ବଜାର ସଉଦା ସାରି ସାଇକେଲରେ ଘରକୁ ଫେରୁଥିଲେ। ଆଉ ଏହି ସମୟରେ ସେ ଯାଉଥିବା ବାଟରେ ଏକ ଭାଲୁ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା। ରବୀନ୍ଦ୍ର ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ରବୀନ୍ଦ୍ରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରଯାଇଛି।

ଭାଲୁ ଆକ୍ରମଣରେ ରବୀନ୍ଦ୍ରଙ୍କ ଛାତି ଓ ହାତରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି। ତେବେ ବନବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ସାଧାରଣଲୋକେ ବନ୍ୟଜନ୍ତୁଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ହୋଇଛି।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

n

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.