ବାଲେଶ୍ଵର: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ଵର ଜିଲ୍ଲା ନୀଳଗିରି ସଜନାଗଡ଼ ଅଞ୍ଚଳରେ ଥିବା ତିନିକୋଶିଆ ଜଙ୍ଗଲରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ପୋଲିସ। ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା କିଛି ଲୋକ ରାସ୍ତା କଡରେ ଏକ ବାଇକ ଥିବା ଦେଖି ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରେ ଯୁବକର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।
ଏନେଇ ପୋଲିସକୁ ଖବରଦେବା ପରେ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହ ନିକଟରେ ପଡିଥିବା ପରିଚୟ ପତ୍ରରୁ ଯୁବକ ଜଣଙ୍କ ମୟୁରଭଞ୍ଜ କାଲାଡାହି ଅଞ୍ଚଳର ଉତ୍ତମ ଦେହୁରୀ ବୋଲି ଜଣାପଡିଛି। ଏହା ଦୁର୍ଘଟଣାଜନିତ ମୃତ୍ୟୁ ନା ହତ୍ୟା ତାହାର ତଦନ୍ତ ଚାଲିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ