ବାଲେଶ୍ଵର: ଜିଲ୍ଲା ସ୍ଥିତ ଶିମୁଳିଆ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀମଦ ଜବତ କରାଯିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜବତ ମଦର ମୂଲ୍ୟ 90 ହଜାର ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ବାଲେଶ୍ବର ଅବକାରୀ ମୋବାଇଲ ୟୁନିଟ ଚଢ଼ାଉ କରି ଜିଲ୍ଲା ସ୍ଥିତ ଶିମୁଳିଆ ଅଧୀନ ମଞ୍ଜରୀପୁର ଅଞ୍ଚଳରୁ ବିପୁଳ ପରିମାଣର ଦେଶୀମଦ ଜବତ କରିଛି । ପୂର୍ବରୁ ପୁରୁଣା ବାଲେଶ୍ଵର ଅଞ୍ଚଳରୁ ଦେଶୀମଦ ଭଦ୍ରକ ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଚାଲାଣର ମୁଖ୍ୟ ଚିହ୍ନଟ ହେବାପରେ ତାକୁ ଗିରଫ କରିବା ପାଇଁ ଅବକାରୀ ମୋବାଇଲ ୟୁନିଟ ପ୍ଲାନ କରିଥିଲା । ସୋମବାର ବିଳମ୍ବିତ ରାତିରେ ଶିମୁଳିଆ ଥାନା ଅଧିନ ମଞ୍ଜରୀପୁର ଅଞ୍ଚଳରେ ଚଢ଼ାଉ କରି ୯ ଶହ ଲିଟର ଦେଶୀମଦ ଜବତ କରାଯାଇଛି । ଏଥିସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ୟୁନିଟ । ଜବତ ମଦର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ