ETV Bharat / state

ବାହାନଗା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ 5T ସଚିବ - ବାଲେଶ୍ବର ଜିଲ୍ଲା ଗସ୍ତ

ଦୁଇ ଦିନିଆ ବାଲେଶ୍ବର ଜିଲ୍ଲା ଗସ୍ତରେ ଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ବାହାନଗା ବିକାଶ ଲାଗି ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 22, 2023, 9:53 PM IST

Updated : Jun 22, 2023, 10:06 PM IST

ବାହାନଗା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ 5T ସଚିବ

ବାଲେଶ୍ବର: ବାହାନଗାର ବିକାଶ ଲାଗି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ୨ ଦିନିଆ ଜିଲ୍ଲା ଗସ୍ତରେ ଥିବା 5T ସଚିବ ଭି କେ ପାଣ୍ଡିଆନ । ରେଳ ଦୁର୍ଘଟଣା ସମୟରେ ଅଞ୍ଚଳବାସୀଙ୍କ ସହଯୋଗ ଲାଗି ଖୁବଶୀଘ୍ର ଭୁବନେଶ୍ବରରେ ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ ବୋଲି ସେ କହିଛନ୍ତି । ଅଞ୍ଚଳବାସୀଙ୍କ ମହତ ଅବଦାନ ପାଇଁ ଏହାକୁ ଏକ ମଡେଲ ପଞ୍ଚାୟତ ଭାବେ ସାରା ରାଜ୍ୟରେ ବିବେଚନା ସହ ସମ୍ପୂର୍ଣ୍ଣ ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ ସଚିବ ।

5T ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ପ୍ରଶାସନ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ସଚିବ କୁପାରି, ସିମୁଳିଆ, ସୋର, ବାହାନଗା, ନୀଳଗିରି, ପଞ୍ଚଲିଙ୍ଗେଶ୍ବର, ବଉଳଗଢିଆ, ରେମୁଣାର କ୍ଷୀରଚୋରା ମନ୍ଦିର, ଫକୀର ମୋହନ ମେଡିକାଲ କଲେଜ ଆଦି ଗସ୍ତ କରିଥିବା ବେଳେ ସନ୍ଧ୍ୟାରେ ନୋସି ବିଜିନେସ ପାର୍କରେ ମିଶନ ଶକ୍ତିର ମହିଳାମାନଙ୍କୁ ଭେଟିବା ସହ ମହିଳାଙ୍କୁ ଆହୁରି ସଶକ୍ତ କରିବା ଦିଗରେ ଆଲୋଚନା କରିଥିଲେ । ଏହାରି ଭିତରେ ବାହନଗାଠାରେ ସଚିବ ଗତ ୨ ତାରିଖରେ ହୋଇଥିବା ରେଳ ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ଓ ଅଞ୍ଚଳବାସୀଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗ ବିଷୟରେ ଆଲୋକପାତ କରିଥିଲେ ।

ଏହା ବି ପଢନ୍ତୁ- ମୁକ୍ତା ଅଧୀନରେ ଥିବା SHG ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବାହାନଗାରେ ପ୍ରଥମେ ସଚିବ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହ ହାତ ମିଳାଇବା ସହ ସେଲଫି ନେଇଥିଲେ । କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ସହ ସିଧାସଳଖ ମିଶିଥିଲେ । ପରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନିଜର ଅଭିଭାଷଣରେ ସଚିବ କହିଥିଲେ ଯେ, ରେଳ ଦୁର୍ଘଟଣା ସମୟରେ ବାହାନଗା ଓ ବାଲେଶ୍ଵରବାସୀ ଉଦ୍ଧାର କାର୍ଯ୍ୟରେ ଯେଉଁ ପ୍ରକାର ସାହସ ଓ ସହଯୋଗ କରିଛନ୍ତି ଆଜି ସେମାନଙ୍କ ପାଇଁ ଓଡ଼ିଶା ବିଶ୍ବ ଦରବାରରେ ପ୍ରଶଂସିତ ହୋଇପାରିଛି । ଏଥିପାଇଁ ଅଞ୍ଚଳବାସୀଙ୍କୁ ପ୍ରଣାମ ଜଣାଇଥିଲେ ସଚିବ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଅଞ୍ଚଳବାସୀଙ୍କୁ ଖୁବଶୀଘ୍ର ଭୁବନେଶ୍ବରରେ ସମ୍ମାନିତ କରିବେ ବୋଲି ସଚିବ କହିଥିଲେ । ଖାଲି ସେତିକି ନୁହେଁ ବାହାନଗା ଅଞ୍ଚଳବାସୀଙ୍କ ମହତ ଅବଦାନ ପାଇଁ ଏହାକୁ ଏକ ମଡେଲ ପଞ୍ଚାୟତ ଭାବେ ସାରା ରାଜ୍ୟରେ ବିବେଚନା ସହ ସମ୍ପୂର୍ଣ୍ଣ ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ ସଚିବ । ଏହାସହ ବାହାନଗା ମେଡିକାଲର ଉନ୍ନତିକରଣ ସାଙ୍ଗକୁ ଯେଉଁ ସ୍କୁଲରେ ଦୁର୍ଘଟଣା ଦିନ ମୃତଦେହ ରଖାଯାଇଥିଲା ସେ ସ୍କୁଲର ନବୀକରଣ ପାଇଁ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଯାହାର ମଞ୍ଜୁରୀ ପତ୍ର ସଚିବ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଖାଲି ସେତିକି ନୁହେଁ ବରଂ ସଚିବଙ୍କୁ ଅଞ୍ଚଳବାସୀ ଜଣାଇଥିବା ବିଭିନ୍ନ ଦାବି ଯଥା, କୃଷକ ସମସ୍ୟା, ଅଞ୍ଚଳର ସମସ୍ୟା କିମ୍ବା ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଆଦିର ନିର୍ମାଣ ଆଗାମୀ ୭ ଦିନ ଭିତରର ସମାଧାନ କରାଯିବ ବୋଲି ସଚିବ କହିଥିଲେ ।

ବାହାନଗାବାସୀ ଯେଉଁ ସାହସ ଦେଖାଇଛନ୍ତି ତାହା କେବେ ଭୁଲି ହେବନି। ଅନେକ ଲୋକଙ୍କ ଜୀବନ ଏହି ଅଞ୍ଚଳବାସୀଙ୍କ ସହଯୋଗ ପାଇଁ ବଞ୍ଚି ପାରିଛି ବୋଲି ସଚିବ କହିଥିଲେ। ଜଣେ ଲୋକ ପୁଅ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାଙ୍କ ସହ କଥା ହୋଇଥିଲେ । ଆହତ ପୁଅର ବାପା କହିଥିଲେ ଯେ କେବଳ ବାହାନଗା ଅଞ୍ଚଳବାସୀଙ୍କ ପାଇଁ ପୁଅ ଆଜି ଜୀବିତ ଅଛି । ତେବେ ଏମିତି ଅନେକ ଉଦାହରଣ ଥିବା ବେଳେ ବାହାନଗା ଅଞ୍ଚଳବାସୀଙ୍କ ପାଇଁ ସବୁକିଛି ବିକାଶ କରାଯିବ ବୋଲି ସଚିବ କହିଥିଲେ। ତେବେ ସଚିବ ଆସନ୍ତାକାଲି (ଶୁକ୍ରବାର) ଉତ୍ତର ବାଲେଶ୍ଵର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 22, 2023, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.