ETV Bharat / state

ସନ୍ତୋଷଙ୍କ ଫୋକସ୍‌: ଆଧୁନିକ ପ୍ରଣାଳୀରେ ଚାଷ-ପର୍ଯ୍ୟଟନ ଶିଳ୍ପର ବିକାଶ

ଇଟିଭି ଭାରତର ଥିଲା ପାଞ୍ଚଟି ପ୍ରଶ୍ନ ଆଉ ଏହାର ଉତ୍ତର ରଖିଥିଲେ ସନ୍ତୋଷ ଖଟୁଆ । ଜିଲ୍ଲାରେ କୃଷକଙ୍କ ହକ୍‌ ପାଇଁ, କୃଷିକ୍ଷେତ୍ରକୁ ଆଧୁନିକ ସହ ଯୋଡିବା, ଗରିବୀ ହଟାଇବା, ପୁରୁଣା ତଥା ଦୟନୀୟ ସମସ୍ୟା ପାନୀୟ ଜଳ ସମସ୍ୟାର ସମାଧାନ, ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଦିଗରେ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସନ୍ତୋଷ । ଆର୍ଥିକ ବିକାଶ ଓ ସାମାଜିକ ଜୀବନର ବିକାଶ ଦିଗରେ କାମ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି ।

author img

By

Published : Apr 1, 2019, 12:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ୮ଟି ବିଧାନସଭା ଆସନ ମଧ୍ୟରୁ ନୀଳଗିରି ବିଧାନସଭା ଆସନର ଗୁରୁତ୍ବ ସର୍ବାଧିକ । ଏଠାରେ ଏଥର ଚର୍ତୁଃମୁଖୀ ଲଢେଇ ହେବ । ବିଜେଡିରୁ ଟିକେଟ ପାଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସନ୍ତୋଷ ଖଟୁଆ । କିଛି ଦିନ ପୂର୍ବେ ଗେରୁଆ ଶିବିର ଛାଡି ସେ ସବୁଜ କ୍ୟାମ୍ପରେ ଆଶ୍ରା ନେଇଥିଲେ । ଏହାପରେ ବିଜେଡ଼ିସୁପ୍ରିମୋ ନବୀନଙ୍କ ଆସ୍ଥା, ବିଶ୍ବାସଭାଜନ ହୋଇ ସହଜରେ ଦଳୀୟ ଟିକେଟ ହାତେଇଛନ୍ତି । ବିଧାୟକ ହେଲେ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ବାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖିଛନ୍ତି । ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚଳବାସୀଙ୍କ ହକ୍‌ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଇଟିଭିର ଥିଲା ପାଞ୍ଚଟି ପ୍ରଶ୍ନ ଆଉ ଏହାର ଉତ୍ତର ରଖିଥିଲେ ସନ୍ତୋଷ ଖଟୁଆ । ଜିଲ୍ଲାରେ କୃଷକଙ୍କ ହକ୍‌ ପାଇଁ, କୃଷିକ୍ଷେତ୍ରକୁ ଆଧୁନିକ ପ୍ରଣାଳୀସହଯୋଡିବା, ଗରିବୀ ହଟାଇବା, ପୁରୁଣା ତଥା ଦୟନୀୟ ସମସ୍ୟା ପାନୀୟ ଜଳ ସମସ୍ୟାର ସମାଧାନ, ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଦିଗରେ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସନ୍ତୋଷ । ଆର୍ଥିକ ବିକାଶ ଓ ସାମାଜିକ ଜୀବନର ବିକାଶ ଦିଗରେ କାମ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ମୋଟାମୋଟି ଆମ ପ୍ରଶ୍ନର ଉତ୍ତରରେ ସ୍ପଷ୍ଟ ଉତ୍ତର ମିଳିଛି ଯେ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଅଞ୍ଚଳବାସୀଙ୍କ ସମସ୍ୟାର ପ୍ରତିକାର କରିବେ ପ୍ରତାରଣା କରିବେ ନାହିଁ । ସୁଖଦୁଃଖରେ ଛିଡା ହେବେ ମୁହଁବୁଲାଇବେ ନାହିଁ । ସନ୍ତୋଷଙ୍କ ଉତ୍ତର ତ' ସନ୍ତୋଷଜନକ ଥିଲା ମାତ୍ର ଆଗାମୀ ନିର୍ବାଚନରେ ତାଙ୍କ ପ୍ରତିଶ୍ରୁତିକୁ କେତେ ଗ୍ରହଣ କରୁଛନ୍ତି ନୀଳଗିରିବାସୀ ତାହା ମେ 23ରେ ଜଣାପଡିବ ।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.