ବାଲେଶ୍ବର: ଜିଲ୍ଲାରେ ସଦର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଓ ଜଣେ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି 5 ଜଣଙ୍କୁ ମିଶାଇ ମୋଟ୍ ସଦର ଉପନିର୍ବାଚନ ପାଇଁ 8 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଓ ଜଣେ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ଭାଗ୍ୟ ଉଦିତ ଦାସପଟ୍ଟନାୟକ, ଶେଖ ମଇଉଦ୍ଦିନ ସଲିମ, ନୁମାନ ଖାଁ, ବେଣୁଧର ବାରିକ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସେହିପରି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପକ୍ଷରୁ ସୁଶାନ୍ତ ସର୍ବେଶ୍ବର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସୂଚନା ଥାଉ କି ପୂର୍ବରୁ ବାଲେଶ୍ବର ସଦର ପାଇଁ ପୂର୍ବତନ ବିଧାୟକ ଦିବଙ୍ଗତ ମଦନ ମୋହନଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ ମିଳିଛି । ବିଜେଡିର ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ସ୍ୱରୂପ କୁମାର ଦାସଙ୍କ ନାମ ଦଳ ଘୋଷଣା କରିଥିଲା । ତେବେ ଗୋଟେ ପଟେ ବିଜେପିର ମାନସ ଓ ବିଜେଡିର ସ୍ୱରୂପଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି । କିନ୍ତୁ ବାଲେଶ୍ବର ବିଧାୟକ ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାମ ଜୋର ଧରିଥିଲା । କିନ୍ତୁ ଶେଷରେ ସ୍ୱରୂପ କୁମାର ଦାସଙ୍କୁ ଦଳ ବାଛିଥିଲା । ସ୍ୱରୂପ ପୂର୍ବରୁ ଜଣେ ଯୁବ ସଂଗଠକ ଓ ସମାଜସେବୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସମାଜସେବୀ ଦିଗରେ ତାଙ୍କର ବେଶ ନାମ ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ