ବାଲେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ନୀଳଗିରିରେ ହୋଇଛି ଭକ୍ତିମୟ ପରିବେଶ । ଭକ୍ତିର ଭାବରେ ବନ୍ଧା ହୋଇଯାଇଛନ୍ତି ଭକ୍ତ । ପରମ୍ପରା ଅନୁଯାୟୀ ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରିରେ ୩ ଦିନ ଧରି ଚାଲୁଛି ଘୋଷଯାତ୍ରା । ଯାହାକୁ ନେଇ ଭକ୍ତମାନେ ଉତ୍ସାହିତ ଅଛନ୍ତି ।
ଗତକାଲି(ଗୁରୁବାର) ସମସ୍ତ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ନୀଳଗିରିରେ ହୋଇଥିଲା ପହଣ୍ଡିବିଜେ । ଆଜି(ଶୁକ୍ରବାର) ଅପରାହ୍ଣରେ ଶ୍ରୀଜିଉଙ୍କୁ ରଥରେ ବସାଇ ଗୁଣ୍ଡିଚା ମନ୍ଦିର ନେଇଥିଲେ ଭକ୍ତ । ହେଲେ ଅଧାବାଟରେ ଅଟକିଥିଲା ମହାପ୍ରଭୁଙ୍କ ରଥ । ଆସନ୍ତାକାଲି(ଶନିବାର) ପୁଣିଥରେ ହେବ ମହାପ୍ରଭୁଙ୍କ ରଥଟଣା ।
ତେବେ ଏପରି ନିଆରା ପରମ୍ପରାକୁ ଦେଖିବାକୁ ନୀଳଗିରିରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ