ବାଲେଶ୍ବର: କୋରୋନା ସମ୍ପର୍କିତ ମିଥ୍ୟା ଗୁଜବ ପ୍ରଚାର କରି ଦୁଇ ଯୁବକ ଗିରଫ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ତୁଡିଗଡ଼ିଆ ଅଞ୍ଚଳରେ ଜଣେ କୋରୋନା ସନ୍ଦିଗ୍ଧ ରହିଥିବା ନେଇ ଦୁଇଜଣ ଯୁବକ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିଥିଲେ।
ଯୁବକମାନଙ୍କ ପୋଷ୍ଟ ସୋସିଆଲ ମିଡିଆରେ ସେୟାର ହେବା ପରେ ଖଇରା ପୋଲିସ ଘଟଣାର ତଦନ୍ତ କରିଥିଲା। ମାତ୍ର ଘଟଣା ପଛରେ କୌଣସି ସତ୍ୟତା ନଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି କଥା ଏକ ଗୁଜବ ବୋଲି ଜାଣିବା ପରେ ପୋଲିସ ତଦନ୍ତ ମୁତାବକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ଯୁବକ ହେଲେ ଶରତ ଦାସ ଓ ବିଜୟ ମଲ୍ଲିକ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ