ETV Bharat / state

ବିପଦସଙ୍କୁଳ ଅବସ୍ଥାରେ ବାଲେଶ୍ବରର ବ୍ରିଜ, ବଡବଡ ଗର୍ତ୍ତ କରୁଛି କଲବଲ - ଦୂର୍ଘଟଣା

ବିପଦ ସଙ୍କୁଳ ଅବସ୍ଥାରେ ବାଲେଶ୍ବରର ତାମୂଳିଆ ଓଭରବ୍ରିଜ। ବ୍ରିଜର ସ୍ଥାନେ ସ୍ଥାନେ ପିଚୁ ଉଠି ବଡବଡ ଗର୍ତ୍ତ ସୃଷ୍ଟି ହେବା ସହ ଉଭୟ ପାର୍ଶ୍ବରେ ଥିବା ପାଦଚଲା ରାସ୍ତାରୁ ମଧ୍ୟ ସିମେଣ୍ଟ କଂକ୍ରିଟ ଭାଙ୍ଗି ଗଲାଣି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ବିକାଶ ନାଁ ରେ ଅଟକିଛି ବିକାଶ ଧାରା, ୨ ବର୍ଷର ପୋଲ ଏବେ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ

author img

By

Published : Oct 25, 2021, 3:46 PM IST

ବାଲେଶ୍ଵର: ସହରର ପ୍ରଵେଶ ପଥରେ ରହିଛି ତାମୂଳିଆ ଓଭରବ୍ରିଜ। ଯାହା ଏବେ ଦୀର୍ଘ ୨ବର୍ଷ ତଳେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା । କିନ୍ତୁ ବର୍ତ୍ତମାନ ବ୍ରିଜର ସ୍ଥାନେ ସ୍ଥାନେ ପିଚୁ ଉଠି ବଡବଡ ଗର୍ତ୍ତ ସୃଷ୍ଟି ହୋଇଛି । ଏଥି ସହ ବ୍ରିଜର ଉଭୟ ପାର୍ଶ୍ବରେ ଥିବା ପାଦଚଲା ରାସ୍ତାରୁ ମଧ୍ୟ ସିମେଣ୍ଟ କଂକ୍ରିଟ ଭାଙ୍ଗି ଗଲାଣି । ଫଳରେ ବ୍ରିଜ ଉପରେ ଯାତାୟତ କରୁଥିବା ଲୋକଙ୍କ ମନରେ ଏବେ ଦୂର୍ଘଟଣା ଆଶଙ୍କା ସୃଷ୍ଟି ହୋଇଛି । ଗତ ୨ବର୍ଷ ତଳେ ତିଆରି ହୋଇଥିଲା ଏହି ବ୍ରିଜକୁ ଦେଖିଲେ ଲାଗୁଛି ଯେମିତି ଏହା ଅନେକ ବର୍ଷ ପୁରୁଣା । ନିମ୍ନମାନର କାମ ହୋଇଥିବା ଯୋଗୁଁ ଉଦଘାଟନ ହେବାର ବର୍ଷେ ଭିତରେ ଏହାର ଅସଲ ଚେହେରା ସାମ୍ନାକୁ ଆସିଛି।

ବିକାଶ ନାଁ ରେ ଅଟକିଛି ବିକାଶ ଧାରା, ୨ ବର୍ଷର ପୋଲ ଏବେ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ

ବାଲେଶ୍ଵରବାସୀଙ୍କ ଦୀର୍ଘଦିନର ଦାବି ପରେ ତାମୁଳିଆ ଲେବଲ୍ କ୍ରସିଂଠାରେ ନିର୍ମାଣ ହୋଇଥିଲା ଏହି ଓଭର ବ୍ରିଜ। ଲକ୍ଷ୍ୟ ଥିଲା ଟ୍ରାଫିକ ନିୟନ୍ତ୍ରଣ ଓ ସୁଗମ ଯାତାୟତ। ଏଥିପାଇଁ ବିନିଯୋଗ ହୋଇଥିଲା ୬୩ କୋଟି ୫୫ ଲକ୍ଷ ୯୬ ହଜାର ଟଙ୍କା। ଉନ୍ନତମାନର ପୋଲକୁ ପୂର୍ତ୍ତ ବିଭାଗ-୧ ନିର୍ମାଣ କରିଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ୨୦୧୯ ମାନେ ଠିକ ନିର୍ବାଚନ ପୂର୍ବରୁ ଫେବୃଆରୀ ୧୩ରେ ବାଲେଶ୍ଵର ଆସି ଉଦଘାଟନ କରିଥିଲେ। ଉଦଘାଟନର ଏକ ବର୍ଷ ନପୁରୁଣୁ ପୋଲର ଗୋଟିଏ ପାଖରେ ହୋଇଥିଲା ଖାଲ। ଏ ବାବଦରେ ଖବର ପ୍ରକାଶ ପରେ ମରାମତି କାମ ହୋଇଥିଲା।

ମାତ୍ର ଏବେ ପୋଲର ଉଭୟ ପାର୍ଶ୍ଵ ଓ ପୋଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ପୋଲ ଉପରେ ଗାଈଗୋରୁ ଏଣେ ତଣେ ବୁଲୁଥିବାରୁ ରାସ୍ତାରେ ଯିବାଆସିବା କରୁଥିବା ବାହନ ଗୁଡିକ ଏଥିପାଇଁ ଭୋଗୁଛନ୍ତି ନାନା ସମସ୍ୟା। ବର୍ତ୍ତମାନ ପୋଲ ମରାମତି ପାଇଁ ଗ୍ୟାରେଣ୍ଟି ସମୟ ସରି ଯାଇଥିବାରୁ ଏହାର ସ୍ଥାନେସ୍ଥାନେ କେବଳ ପିଚୁ ପ୍ୟାଚ ପକାଇ ମରାମତି କରାଯାଉଛି। ପୋଲର ଅବସ୍ଥା ଦେଖିଲେ ଲାଗୁଛି ସତେ ଯେମିତି ବାଲେଶ୍ଵର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଦୁର୍ଘଟଣା ପାଇଁ ଆମନ୍ତ୍ରଣ ଜଣାଉଛି। ତେବେ ସହରର ପ୍ରବେଶ ପଥରେ ଏମିତି ଅବସ୍ଥା ପାଇଁ ଦାୟୀ ରହିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସ୍ଥାୟୀ ମରାମତି କେବେ କରାଯାଉଛି ତାହା ହିଁ ଦେଖିବାକୁ ବାକି ରହିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.