ବାଲେଶ୍ଵର: ଜିଲ୍ଲା ଖଇରା ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଭୁଜାଲି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି।
ଅଭିଯୋଗ ଅନୁସାରେ, ଖଇରା ଥାନା ଶ୍ରୀରାମପୁର ଗ୍ରାମର ଚନ୍ଦ୍ରଶେଖର କର, ନାରାୟଣ କର ଓ ଦୟାନିଧି କରଙ୍କ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସାନପୁଅ ସତ୍ୟବ୍ରତ, ନାରାୟଣ କରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ଦୟାନିଧି ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ସତ୍ୟବ୍ରତ ଆକ୍ରମଣ କରିଥିଲା। ପରେ ଗ୍ରାମବାସୀ ପହଞ୍ଚି ଗୁରୁତର ସନ୍ଧ୍ୟରାଣୀ ଓ ଦୟାନିଧିଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଇଥିଲେ। ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସତ୍ୟବ୍ରତ ଫେରାର ଥିବା ଜଣାପଡ଼ିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ