ବାଲେଶ୍ବର: କଣ୍ଟେନମେଣ୍ଟ ଜୋନରେ ବିବାହ ଭୋଜି ଆୟୋଜନକୁ ନେଇ ଗୋଷ୍ଠୀ ସଂଘର୍ଷ। ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବାଉଁଶଡିହା ଅଞ୍ଚଳରେ କୋରୋନା କଟକଣାକୁ ଅବମାନନା କରି କଣ୍ଟେନମେଣ୍ଟ ଜୋନରେ ବିବାହ ଭୋଜି ଆୟୋଜନକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି ।
ସୂଚନା ଅନୁଯାୟୀ, ଅନଳିଆ ଗ୍ରାମର ଦିଲ୍ଲୀପ ବାରିକଙ୍କ ବିବାହ ଭୋଜି ଆୟୋଜନ କରାଯାଇଥିଲା। ଯେଉଁଥିରେ 2 ଶହରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବାଉଁଶଡିହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବାରୁ ଏତେ ଲୋକଙ୍କ ସମାଗମକୁ ଗ୍ରାମବାସୀ ବିରୋଧ କରିଥିଲେ।
ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ