ETV Bharat / state

ବିଭିନ୍ନ ଦାବି ନେଇ ରାଜପଥ ଅବରୋଧ କଲା ସୁରକ୍ଷା ମଞ୍ଚ - ରସ୍ତା ଅବରୋଧ

ବାଲେଶ୍ଵର ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅଧିକ ପଢନ୍ତୁ...

ରାସ୍ତା ଅବରୋଧ
ରାସ୍ତା ଅବରୋଧ
author img

By

Published : Mar 30, 2021, 2:56 PM IST

ବାଲେଶ୍ବର: ଜିଲ୍ଲାରେ ବିଭିନ୍ନ ସମସ୍ୟା ନେଇ ରାସ୍ତା ଅବରୋଧ ହୋଇଛି । ବାଲେଶ୍ଵର ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି ।

ସୁରକ୍ଷା ମଞ୍ଚ ପକ୍ଷରୁ ରାଜପଥ ଅବରୋଧ

ମୁଖ୍ୟତଃ ଜାତୀୟ ରାଜପଥ ଦେଇ ଯାଇଥିବା ରେଳୱେ ଟ୍ରାକ ଉପରେ ଓଭରବ୍ରିଜ୍ ନିର୍ମାଣ ଦାବି ଜୋର ଧରିଛି । ବାମପଦା ଛକ ନିକଟରେ ଓଭରବ୍ରିଜ ନିର୍ମାଣ, ବର୍ଷାଜଳ ନିଷ୍କାସନ ପାଇଁ ଦୁଇଟି କଲଭର୍ଟ ନିର୍ମାଣ, ୩ଟି ଲେବଲ୍ କ୍ରସିଂ ଗେଟ୍ ଗୁଡିକରେ ରାସ୍ତା ନିର୍ମାଣ ଓ ବାମପଦା ଠାରୁ ନୀଳଗିରିକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗର ଅନୁମତି ଭଳି ଦାବି କରିଛି ସୁରକ୍ଷା ମଞ୍ଚ ।

ଦାବି ପୂରଣ ପାଇଁ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ ସମୟ ଯାଏଁ ସକାଳ 9ଟାରୁ ଆନ୍ଦୋଳନର ଡାକରା ଦିଆଯାଇଛି । ଦାବି ପୂରଣ ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଛି ସୁରକ୍ଷା ମଞ୍ଚ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.