ବାଲେଶ୍ବର: ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଉଦଘାଟନ ହେଲା ଅକ୍ସିଜେନ ପ୍ଲାଣ୍ଟ । ଏହି ଉଦଘାଟନୀ ଉତ୍ସବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସଦର ବିଧାୟକ ସ୍ଵରୂପ କୁମାର ଦାସ ଉପସ୍ଥିତ ଥିଲେ। ତେବେ 1000 ଲିଟର କ୍ଷମତା ବିଶିଷ୍ଟ ଏହି ଅକ୍ସିଜେନ ପ୍ଲାଣ୍ଟ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇବାରେ ସହାୟକ ହୋଇପାରିବ ।
କୋଭିଡ ଦ୍ଵିତୀୟ ଲହର ସମୟରେ ଅକ୍ସିଜେନର ବହୁଳ ଆବଶ୍ୟକତା ରହିଥିବା ବେଳେ ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲରେ ନିଜସ୍ଵ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ ହୋଇଥିବାରୁ ଆଗାମୀ ଦିନରେ ଏଥିରେ ଲାଭାନ୍ବିତ ହେବେ ରୋଗୀ। ଅକ୍ସିଜେନ ପ୍ଲାଣ୍ଟଟି ଡିଆରଡିଓ ଏବଂ ଏନ୍ଏଚଏଆଇ ସହାୟତାରେ ଅବସ୍ଥାପିତ ହୋଇଥିବା ବେଳେ ଆଗାମୀ ଦିନରେ ଏହି ପ୍ଲାଣ୍ଟକୁ ଚଳାଇବା ପାଇଁ ଏକ ଟେକ୍ନିକାଲ ଟିମ ନିୟୋଜିତ କରାଯିବ ବୋଲି ଜଣାପଡିଛି।
ତେବେ ଏହି ପ୍ଲାଣ୍ଟ ଦ୍ଵାରା ଉଭୟ ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜରୁ ଆସୁଥିବା ରୋଗୀମାନେ ଉପକୃତ ହୋଇପାରିବେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ