ବାଲେଶ୍ବର: ଚଢାଉ ବେଳେ 12 ଗ୍ରାମ ବ୍ରାଉନସୁଗାର ଜବତ କଲେ ଅବକାରୀ ବିଭାଗ । ବାଲେଶ୍ବର ସଦର ଅବକାରୀ ବିଭାଗ ଦ୍ଵାରା ବସ୍ତା ଥାନା ଛାନୁଆ ଅଞ୍ଚଳରେ ଚଢ଼ାଉ କରି 12 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ସୋମବାର ଏକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏସଆଇ ଅର୍ଜୁନ ମଲିକ ଛାନୁଆ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢାଉ ବେଳେ 12 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ନିଶାକର ପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 1 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ