ETV Bharat / state

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା ! - bolangir news

ଶ୍ବଶୁର ଘରେ ଜ୍ବାଇଁର ମୃତ୍ୟୁ ହୋଇଥିବାବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଶ୍ବଶୁର ଘରେ ଜ୍ୟାଇଁକୁ  ହତ୍ୟା !

author img

By

Published : Feb 13, 2021, 10:41 AM IST

ବଲାଙ୍ଗୀର:ଶ୍ବଶୁର ଘରେ ଜ୍ବାଇଁର ମୃତ୍ୟୁ ହୋଇଥିବାବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ତେବେ ଏହି ଘଟଣାର ଛାନ ଭିନ୍‌ କରୁଛି ପୋଲିସ ।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମୁରିବାହାଲ ଥାନା ବାନ୍ଧୁପଲା ପଞ୍ଚାୟତ ନୁଆମୁଣ୍ଡା ଗାଁର ମନୋରଞ୍ଜନ ମାଝି । ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ ମନୋରଞ୍ଜନ ଗତକାଲି ତାଙ୍କ ଶ୍ବଶୁର ଘରକୁ ଲଖନା ଗାଁକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ତାଙ୍କ ନିକଟକୁ ଫୋନ ଆସିଥିଲା ଯେ ମନୋରଞ୍ଜନ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ହେଲେ ମନୋରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ବିଦ୍ୟୁତ ଲାଗି ମୃତ୍ୟୁ ହୋଇଥିବା ମିଥ୍ୟା ଅଭିଯୋଗ କରୁଛନ୍ତି ।

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଶ୍ବଶୁର ଘରେ ଜ୍ୟାଇଁକୁ ହତ୍ୟା !

କୌଣସି କାରଣରୁ ଗତ ୬ ମାସ ହେଲା ମନୋରଞ୍ଜନଙ୍କ ସ୍ତ୍ରୀ ତାଙ୍କ ବାପା ଘରେ ରହି ଆସୁଛନ୍ତି । ବିଭିନ୍ନ ସମୟରେ ୨ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା । ମୃତଙ୍କ ବାପାଙ୍କ କହିବାଅନୁସାରେ ପୁର୍ବରୁ ମଧ୍ୟ ମନୋରଞ୍ଜନଙ୍କୁ ତାଙ୍କ ଶ୍ବଶୁର ଘରେ ମାରପିଟ କରିଥିଲେ । ପୋଲିସ ପହଞ୍ଚି ମନୋରଞ୍ଜନକୁ ତାଙ୍କ ନିଜ ଘରକୁ ପଠାଇଥିଲା । ତେଣୁ ଶ୍ବଶୁର ଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି । ମୁରିବାହାଲ ପୋଲିସ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଖେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.