ETV Bharat / state

ପ୍ରେମିକାର ଘର ସାମ୍ନାରୁ ପ୍ରେମିକର ମୃତଦେହ ଉଦ୍ଧାର - ବଲାଙ୍ଗୀର ଖବର

ବଲାଙ୍ଗୀର ସଦର ଥାନା ଦୁଆନ ପାଳି ଗ୍ରାମରେ ଅଭାବନୀୟ ଘଟଣା । ପ୍ରେମିକାର ଘର ସାମ୍ନାରୁ ପ୍ରେମିକର ମୃତଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ଯୁବକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

youth dead body found in front of lovers house

author img

By

Published : Jan 2, 2023, 5:29 PM IST

ପ୍ରେମିକର ମୃତଦେହ ଉଦ୍ଧାର

ବଲାଙ୍ଗୀର: ଜିଲ୍ଲାରେ ଅଭାବନୀୟ ଘଟଣା । ପ୍ରେମିକାର ଘର ସାମ୍ନାରୁ ପ୍ରେମିକର ମୃତଦେହ ଉଦ୍ଧାର । ପ୍ରେମିକାର ପରିବାର ଲୋକେ ଏହାଏକ ଆତ୍ମହତ୍ୟା ଜନିତ ମୃତ୍ୟୁ କହୁଥିବା ବେଳେ ପ୍ରେମିକର ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ବଲାଙ୍ଗୀର ସଦର ଥାନା ଦୁଆନ ପାଳି ଗ୍ରାମରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣକ ସାହାଜପାଲି ପଞ୍ଚାୟତର ଗାନ୍ଧୀ ଷଣ୍ଢ ବୋଲି ଜଣାପଡିଛି । ସେ ଦୁଆନପାଳି ଗ୍ରାମର ଜଣେ ଯୁବତୀ ସହିତ ପ୍ରେମ ସମ୍ପର୍କ ଥିବା ବେଳେ ଆଜି ସେହି ଝିଅ ଘର ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗାନ୍ଧୀ ଷଣ୍ଡର ଦୀର୍ଘ ବର୍ଷ ହେବ ଏହି ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ସମ୍ପର୍କୀୟମାନେ ଏହାକୁ ଗ୍ରହଣ ନକରିବାରୁ ନୂଆଖାଇ ପରେ ଉଭୟ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ହୋଇ ଉଭୟ ନିଜ ଘରକୁ ଫେରିଥିଲେ।

ତେବେ ଗତ ସନ୍ଧ୍ୟାରେ ମୃତ ଗାନ୍ଧୀ ଶଣ୍ଢ ଘରୁ କିଛି ନକହି ବାହାରି ଆସିଥିଲେ । ତେବେ ଆଜି ତାଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ପ୍ରେମିକା ଘର ସମ୍ମୁଖରେ ପଡିଥିବା ପରିବାର ଲୋକେ ଖବର ପାଇଥିଲେ । ଏହାପରେ ମୃତ ଯୁବକଙ୍କ ବଡଭାଇ ଶ୍ରୀବତ୍ସ ଷଣ୍ଢ ତାଙ୍କ ଭାଇକୁ ଝିଅଘର ଲୋକେ ମିଶି ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି।

ସେପଟେ ଅଭିଯୋଗକୁ ଖଣ୍ଡନ କରି ଝିଅର ବାପା ବଲରାଜ ବିଶ୍ୱାଳ କହିଛନ୍ତି, "ଆମେ ଯୁବକ ଜଣଙ୍କୁ ଚିହ୍ନିନାହୁଁ । ଏହି ଯୁବକ ଗତକାଲି ସନ୍ଧ୍ୟାରେ ଆମ ଘରକୁ ପଶି ଆସି ଝିଅକୁ ଭଲ ପାଉଛି ଓ ତାକୁ ବିବାହ କରିବା ପାଇଁ କହିଥିଲା। ଏହାପରେ ଆମେ ତାକୁ ମନା କରିବାରୁ ସେ ହଠାତ ଏକ ଚାକୁ ପକେଟରୁ ବାହାର କରି ନିଜ ପେଟରେ ଭୁଶି ଦେଇଥିଲା । ଏବଂ ପରେ ଘରୁ ବାହାରକୁ ଆସି ଗାଳି ଗୁଳଜ କରିବା ଆରମ୍ଭ କରିଥିଲା । ଏନେଇ ଆମେ ଗ୍ରାମବାସୀ ଓ ୱାର୍ଡ ମେମ୍ବରଙ୍କୁ ଖବର ଦେଇଥିଲୁ। ପରେ ସମସ୍ତେ ମିଶି ପୋଲିସକୁ ଏନେଇ ଜଣାଇବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲୁ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଯୁବକ ଜଣକ ସେଠି ଟଳି ପଡିଥିବା ଝିଅର ବାପା ବଲରାଜ ବିଶ୍ୱାଳ କହିଛନ୍ତି।"

ଏହି ଘଟଣା ପରେ ବଲାଙ୍ଗୀର ସଦର ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ଯୁବକଙ୍କ ନିକଟରୁ ପୋଲିସ ଗୋଟିଏ ଚାକୁ, ମୋବାଇଲ, ମୋବାଇଲ ଚାର୍ଜର, ଦୁଇ ବୋତଲ ଏସ କଫ୍‌ ସିରପ, ପାଣି ପାଉଚ ଇତ୍ୟାଦି ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଏହି ଘଟଣାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.