ETV Bharat / state

ପ୍ରେମିକାର ପରିବାରକୁ ଜାଳିଦେବା ଘଟଣାରେ ପ୍ରେମିକ ଗିରଫ - ପ୍ରେମିକା ତାର ମାଆ ଓ ଭାଇକୁ ଜାଳି ଦେଲା ପ୍ରେମିକ

ପ୍ରେମିକା ସହ ବଚସା ପରେ ପ୍ରେମିକର ଉନ୍ମତ୍ତକାଣ୍ଡ । ପ୍ରେମିକା ତାର ମାଆ ଓ ଭାଇକୁ ଜାଳି ଦେଲା ପ୍ରେମିକ। ଏହି ଘଟଣାରେ ପ୍ରେମିକକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

youth arrested for setting fire
youth arrested for setting fire
author img

By

Published : May 29, 2023, 8:09 AM IST

Updated : May 29, 2023, 9:15 AM IST

youth arrested for setting fire

ବଲାଙ୍ଗୀର: ପେଟ୍ରୋଲ ଢାଳି ପ୍ରେମିକା, ତାର ମାଆ ଓ ଭାଇକୁ ପ୍ରେମିକ ଜାଳିଦେବା ଘଟଣା । ପ୍ରେମିକକୁ ଗିରଫ କଲା ପୋଲିସ । କୋର୍ଟରେ ହାଜର ପରେ ଜେଲ ଗଲା ପ୍ରେମିକ ସ୍ବସ୍ତିକ । ସେପଟେ ଗୁରୁତର ଅବସ୍ଥାରେ ପ୍ରେମିକା ଓ ତାଙ୍କ ମାଆ ଏବେବି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତ ଶନିବାର ବଚସାକୁ ନେଇ ଅଭିଯୁକ୍ତ ସ୍ବସ୍ତିକ ତାର ପ୍ରେମିକା ମିକି, ମାଆ ଓ ଛୋଟ ଭାଇ ଶୋଇଥିବା ସମୟରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

ଏଥିରେ ମିକି କେଲଟ, ତାଙ୍କ ମାଆ ସୂର୍ଯ୍ୟା ଗୁରୁତର ହୋଇପଡିଥିବା ବେଳେ ତାଙ୍କ ଭାଇ ଆହତ ହୋଇଥିଲେ । ନିଆଁ ଲଗାଇବା ସମୟରେ ସ୍ବସ୍ତିକ ମଧ୍ୟ ସାମାନ୍ୟ ଆହତ ହୋଇଥିଲା । ଏହାପରେ ତାକୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରବିବାର ଡିସଚାର୍ଜ ହେବା ପରେ ପୋଲିସ ତାକୁ ଗିରଫ କରିଥିଲା । ପରେ ପାଟଣାଗଡ଼ ଏସଡିଜେଏମ କୋର୍ଟରେ ହାଜର କରିଥିଲା । ଜାମିନ ନା ମଞ୍ଜୁର ହେବାରୁ ତାକୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରେମିକା ପରିବାରକୁ ଜାଳିଦେଲା ନୃଶଂସ ପ୍ରେମିକ, ୩ ଗୁରୁତର

ସେପଟେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, '' ଲାଠୋର ଅଞ୍ଚଳରେ ତିନି ଜଣଙ୍କୁ ଜଣେ ଯୁବକ ନିଆଁ ଲଗାଇ ଦେଇଥିବା ଖବର ଆମକୁ ଆସିଥିଲା । ଏକ ଟିମ ଘଟଣା ସ୍ଥଳକୁ ଯାଇ ପହଞ୍ଚିବା ପରେ ତିନି ଜଣ ନିଆଁରେ ପୋଡ଼ି ଯାଇଥିବା ବେଳେ ତାଙ୍କ ଘର ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଲାଠୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ସମସ୍ତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ''

''ଢେଙ୍କାନାଳ ଜିଲ୍ଲାର ସ୍ଵସ୍ତିକ ଦାସ ଓ ବଲାଙ୍ଗୀର ମିକି କଲେଟ ବହୁ ଦିନରୁ ଲିଭ ଇନ ସମ୍ପର୍କରେ ରହି ଆସୁଥିଲେ । ଏମାନେ ପ୍ରଥମେ ବିକାଶ ଡାକ୍ତରଖାନାରେ ଏକାଠି କାମ କରୁଥିଲେ । ସେହି ଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେବା ପରେ ଉଭୟ ଲିଭ୍ ଇନରେ ରହି ଆସୁଥିଲେ । ପ୍ରେମିକ ସ୍ଵସ୍ତିକ ଦାସ ବାରମ୍ବାର ନର୍ସ ତଥା ପ୍ରେମିକା ମିକିଙ୍କ ସହିତ ଝଗଡା କରୁଥିଲା । ଘଟଣା ଦିନ ଦ୍ୱିପ୍ରହରରେ ସେ ପେଟ୍ରୋଲ ନେଇ ପ୍ରେମିକା ଓ ତାର ପରିବାର ରହୁଥିବା ଭଡା ଘରକୁ ଆସିଥିଲା । ମିକି ତାର ମାଆ ଓ ଭାଇ ଶୋଇଥିବା ବେଳେ ସମସ୍ତଙ୍କ ଉପରେ ସେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ବୋଲି ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି। ''

ଆହତ ଯୁବତୀଙ୍କ ଲିଖିତ ଅଭିଯୋଗରେ ପୋଲିସ ତୁରନ୍ତ ପଦକ୍ଷେପ ନେଇ ସଂପୃକ୍ତ ପ୍ରେମିକ ସ୍ଵସ୍ତିକ ଦାସକୁ ଗିରଫ କରି ହାଜତକୁ ପଠାଇ ଦେଇଛି । ସେପଟେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିବା ପ୍ରେମିକା ମିକି କଲେତ ଓ ତାଙ୍କ ମାଆ ଏବେ ବି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ବର୍ଣ୍ଣ ୟୁନିଟରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଥିବାର ଜଣାପଡ଼ିଛି । ପ୍ରେମରେ ଫାଟ ଯୋଗୁଁ ପ୍ରେମିକ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 29, 2023, 9:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.