ବଲାଙ୍ଗୀର: ଜିଲ୍ଲାର ଖପ୍ରାଖୋଲ ବ୍ଲକ ମାଲପଡା ଗାଁ ନିକଟରେ ପାଳଗଦା ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା ବୋଲି ଜଣାପଡିଛି ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ଅବକାରୀ ସଦର ନିରୀକ୍ଷକ ଉଦେଲାଲ ନାଏକଙ୍କ ନେତୃତ୍ବରେ ମୋବାଇଲ ଟିମ ପାଟ୍ରୋଲିଂ ସମୟରେ ଖପ୍ରାଖୋଲ ବ୍ଲକ ମାଲପଡା ଗାଁ ନିକଟରେ ଥିବା ଏକ ପାଳଗଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।
ଜବତ ଗଞ୍ଜେଇର ଓଜନ 4 କୁଇଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡିଛି । ସେହିପରି ଏହି ମାମଲାରେ ଖରିଆର ଅଞ୍ଚଳର ଅରୁଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ସୂଚନା ଦେଇଛି । ସେହିପରି ଏଥିରେ ଆଉ କିଛି ଅଭିଯୁକ୍ତ ସାମିଲ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବାର ସୂଚନା ଦେଇଛି ଅବକାରୀ ବିଭାଗ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ