ବଲାଙ୍ଗୀର: ସୋମବାର ଶିଶୁ ଚାଲାଣ ରୋକ ଉପରେ କର୍ମଶାଳା । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏହି କର୍ମଶାଳାର ଆୟୋଜନ ହୋଇଥିବା ବେଳେ ଜିଲ୍ଲାରେ ଶିଶୁ ଚାଲାଣ ରୋକ ଉପରେ ଆଲୋଚନା ହେବ ସହ ସବୁ ସରକାରୀ ଯୋଜନା ଯେମିତି ତାଙ୍କ ପାଖରେ ପହଞ୍ଚିବ ତାର ବିସ୍ତୃତ ଆଲୋଚନା ହୋଇଯାଇଛି ।
ତେବେ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଶିଶୁ ଚାଲାଣ ମଧ୍ୟ ଏକକ ସମସ୍ୟା ଥିବା ବେଳେ ଏହାର ନିରାକରଣ ଉପରେ ଆଲୋଚନ ହୋଇଯାଇଛି । ବଲାଙ୍ଗିରର ପାଳି ପାଠାଗାର ସହ ଭୁବନେଶ୍ବରର ପିଇସିୟୁସି ସଂଗଠନ ଓ ଦିଲ୍ଲୀର କୈଳାଶ ଆସ ତ୍ୟିର୍ଥୀ ସଂଗଠନ ଦ୍ବାରା ଏହି କର୍ମଶାଳାର ଆୟୋଜନ ହୋଇଥିଲା । ଯେଉଁଥିରେ ଛାତ୍ରଛାତ୍ରୀ, ବିଭିନ୍ନ ଏନଜିଓ ଓ ସାମାଜିକ କାର୍ମୀ ସାମିଲ ହୋଇଥିଲେ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ