ETV Bharat / state

ବିଲରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ - ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ବଲାଙ୍ଗୀର ସହର ଉପକଣ୍ଠରେ ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : May 5, 2022, 12:16 PM IST

ବଲାଙ୍ଗୀର: ସହର ଉପକଣ୍ଠରେ ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଲର୍କିପାଲିରେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ବିଲରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତ ପରେ ଦୁଷ୍କର୍ମ ଉଦ୍ୟମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଘଟଣାସ୍ଥଳରେ ମଦ ବୋତଲ ପଡି ଥିବା ଦେଖିବାକୁ ମିଳିଛି । ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । କିଏ କାହିଁକି ହତ୍ୟା କରିଛି ଓ ଏହି ହତ୍ୟାକାଣ୍ଡରେ କେତେ ଜଣ ସାମିଲ ଅଛନ୍ତି ତାହାର ତଦନ୍ତ କରିବ ପୋଲିସ ।

ଗତକାଲି(ବୁଧବାର) ଅର୍ଚ୍ଚନା ପଟେଲ ନାମକ ଜଣେ ମହିଳା ରାତି ପ୍ରାୟ ୯ଟା ବେଳେ ଶୌଚ ହେବାକୁ ବାହାରକୁ ଯାଇଥିଲେ । ତେବେ ଏହାପରେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପାଖରେ ଥିବା ବିଲ ମଝିରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.