ETV Bharat / state

ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ମହିଳା

author img

By ETV Bharat Odisha Team

Published : Nov 27, 2023, 10:48 PM IST

ନ୍ୟାୟ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣାରେ ମହିଳା । ନ୍ୟାୟ ନମିଳିଲେ ସ୍ବାମୀଙ୍କ ଘର ସମ୍ମୁଖରେ ଜୀବନ ହାରିବା ପାଇଁ ଦେଲେ ଧମକ । ଅଧିକ ପଢ଼ନ୍ତୁ

ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ମହିଳା
ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ମହିଳା
ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ମହିଳା

ବଲାଙ୍ଗୀର: ନ୍ୟାୟ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣାରେ ମହିଳା । ସ୍ବାମୀ ତାଙ୍କୁ ଓ ଶିଶୁ କନ୍ୟାକୁ ଛାଡ଼ି ଅନ୍ୟତ୍ର ବିବାହ କରିଥିବାର ଆଣିଲେ ଅଭିଯୋଗ । ନ୍ୟାୟ ନମିଳିଲେ ସ୍ବାମୀଙ୍କ ଘର ସମ୍ମୁଖରେ ଜୀବନ ହାରିବା ପାଇଁ ଦେଲେ ଧମକ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ସୂଚନା ଅନୁସାରେ, ପାଟଣାଗଡ଼ ନିବାସୀ ସଂଯୁକ୍ତା ମେହେର ରୀତିନୀତି ଅନୁସାରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗ୍ରାମର ମଦନ ମେହେରଙ୍କୁ 2011 ଏପ୍ରିଲ 29 ତାରିଖରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଆଠ ବର୍ଷର ଝିଅ ମଧ୍ୟ ଅଛି । ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁକିଛି ଠିକ ଠାକ ଥବାବେଳେ ଗତ ଏପ୍ରିଲ 10 ତାରିଖରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ କଳହ ଉପୁଜି ଥିଲା । ଏହାପରେ ସଂଯୁକ୍ତା ପାଟଣାଗଡ଼ ସ୍ଥିତ ନିଜ ବାପା ଘରକୁ ପଳାଇ ଥିଲେ । ଏହାରି ମଧ୍ୟରେ ସେପ୍ଟେମ୍ବର 24 ତାରିଖରେ ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିଥିବାର ସଂଯୁକ୍ତା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଏହାକୁ ବିରୋଧ କରି ସେ ପାଟଣାଗଡ଼ ଥାନା ଓ ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ଭଡ଼ାଘରେ ସ୍ତ୍ରୀଙ୍କୁ ଛାଡ଼ି ସ୍ବାମୀ ଫେରାର, ନ୍ୟାୟ ପାଇଁ ଶ୍ବଶୁର ଘର ଆଗରେ ବୋହୂର ଧାରଣା

ତେବେ ଥାନାରେ ଅଭିଯୋଗ ପରେ ମଧ୍ୟ ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ସ୍ୱାମୀଙ୍କ ଘରକୁ ଯାଇଥିଲେ । ହେଲେ ସେଠାରେ ସ୍ଵାମୀ ତାଙ୍କୁ ଘରକୁ ପ୍ରବେଶ କରାଇ ଦେଇନଥିଲେ । ପରେ ସେ ସେଠାର ଗ୍ରାମବାସୀଙ୍କ ସହାୟତାରେ ଏକ ଘରେ ରହି ଆସୁଥିଲେ । ହେଲେ ସ୍ଵାମୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି । ଏପରିକି ସେ ଜାଳେଣି ଗ୍ୟାସ ଆଣିବାକୁ ଯାଇଥିବା ବେଳେ ଆଜି ତାଙ୍କ ଘରେ ସ୍ଵାମୀ ତାଲା ମାରିଥିବାର ସେ ଅଭିଯୋଗ ଆଣିଛନ୍ତି । ଆଜି ସକାଳୁ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ଦରକାର ପଡ଼ିଲେ ସ୍ବାମୀଙ୍କ ଘର ଆଗରେ ଜୀବନ ହାରିବେ ବୋଲି ମଧ୍ୟ କହିଛନ୍ତି । ସେପଟେ ଏହି ଅଭିଯୋଗକୁ ନେଇ ତାଙ୍କ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସେହିପରି ପୋଲିସ ମଧ୍ୟ ଏହାକୁ ନେଇ ମୁହଁ ଖୋଲିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.