ETV Bharat / state

ବାୟା କଲା ମୋବାଇଲ ନିଶା, ଫୋନ୍‌ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ

ସ୍ତ୍ରୀକୁ ବାୟା କଲା ମୋବାଇଲ ନିଶା । ଫୋନ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ । ବଲାଙ୍ଗୀରରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ଫୋନ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ
ଫୋନ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ
author img

By

Published : Mar 13, 2023, 3:06 PM IST

Updated : Mar 13, 2023, 3:50 PM IST

ଫୋନ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ

ବଲାଙ୍ଗୀର: ସ୍ବାମୀ କାମକୁ ଗଲାପରେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିଲା ସ୍ତ୍ରୀ । ଘର କାମ ଛାଡି ଦିନ ସାରା ଭିଡିଓ ସହ ଚାଟିଂ କରି ହସଖୁସିରେ ଜୀବନ ବିତାଉଥିଲା । ସୋସିଆଲ ମିଡିଆ ନିଶା ଏତେ କିମିଆ ଯେ ସ୍ବାମୀ ରିଚାର୍ଜ କରୁଥିବା ୫ଜିବି ଡାଟା ଶେଷ ହେବା ପର୍ଯ୍ୟନ୍ତ ଘର ସଂସାର ଭୁଲି ଯାଉଥିଲେ । ହେଲେ ଏହି ଖୁସିରେ ସବୁବେଳ କଣ୍ଟା ହୋଇ ଠିଆ ହେଉଥିଲା ସ୍ବାମୀ । ତେବେ ଗତକାଲି(ରବିବାର) ରାତିରେ ମଧ୍ୟ ଫୋନକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ଫଳରେ ଫୋନ ନପାଇ କ୍ରୋଧାନ୍ବିତ ହୋଇ ଉଠିଲା ସ୍ତ୍ରୀ । ଯେଉଁ ହାତରୁ ସେ ସିନ୍ଦୁର ପିନ୍ଧିଥିଲେ, ଯାହାଙ୍କ ସାତ ଜନ୍ମ ରହିବା ପାଇଁ କଥା ଦେଇଥିଲେ ତାଙ୍କୁ ସାମାନ୍ୟ ଫୋନ ପାଇଁ ହାଣିଦେଲେ । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ କେସରକେଲା ଗ୍ରାମରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କ ସ୍ବାମୀଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ବ୍ୟକ୍ତିଙ୍କ ନାମ ଗଣେଶ୍ୱର ସୁନା ।

ଅଭିଯୋଗ ଅନୁସାରେ, ସ୍ୱାମୀ ଗଣେଶ୍ୱର ସୁନା ଛତିଶଗଡ଼ର ଈଶ୍ୱରୀ କୁମାରୀଙ୍କୁ ବିବାହ କରିଥିଲେ । ତେବେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ହେଲେ ଏସବୁ ମଧ୍ୟରେ ଇଶ୍ବରୀଙ୍କୁ କିମିଆ କରିଥିଲା ସୋସିଆଲ ମିଡିଆ ନିଶା । ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ମୋବାଇଲକୁ ସେ ସବୁବେଳେ ନିଜ ପାଖରେ ରଖି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିଲେ। ତେବେ ସ୍ୱାମୀ ତାଙ୍କୁ ମୋବାଇଲ ବ୍ୟବହାର ପାଇଁ ବାରମ୍ବାର ବାରଣ କରି ଆସୁଥିଲେ । ଗତ ରାତିରେ ମଧ୍ୟ ମୋବାଇଲକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ହୋଇଥିଲା । ଏହାପରେ ରାଗରେ ଜର୍ଜରିତ ହୋଇ ରାତିରେ ସ୍ୱାମୀ ଶୋଇଥିବା ବେଳେ ତାଙ୍କୁ ପନିକିରେ ହାଣି ଦେଇଥିଲା । ଏହାପରେ ପରେ ସ୍ତ୍ରୀ ଈଶ୍ୱରୀ କୁମାରୀ ଫେରାର ଥିବା ବେଳେ ସ୍ୱାମୀକୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସେପଟେ ପୀଡିତ ସ୍ୱାମୀ ଗଣେଶ୍ୱର ସୁନାଙ୍କ କହିବା ଅନୁସାରେ," ସ୍ତ୍ରୀ ଈଶ୍ୱରୀ କୁମାରୀ ସବୁ ବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ । ମୁଁ ୫ଜିବି ଜାଟା ପକାଉଥିଲି । ସେ ମୋବାଇଲ୍‌ ନିଶାରେ ପରିବାର ପ୍ରତି ଆଉ ଧ୍ୟାନ ଦେଉନଥିଲା । ଆଗରୁ ତିନୋଟି ମୋବାଇଲ ସେ ଖରାପ କରିଦେଇଛି । ତେଣୁ ମୁଁ ଫୋନ ବ୍ୟବାହର ପାଇଁ ମନା କରିଥିଲି । ଗତ ରାତିରେ ମୁଁ ଶୋଇଥିବା ବେଲେ ଇଶ୍ବରୀ ମୋର ମୁଣ୍ଡ, ହାତକୁ ହାଣି ଦେଇଥିଲା ।" ତେବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ସେପଟେ ଏହାକୁ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 13, 2023, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.