ETV Bharat / state

ଅଳିଆ ଆବର୍ଜନାର ପେଣ୍ଠସ୍ଥଳି ପାଲଟିଛି ବଲାଙ୍ଗୀରର ସତର ଜଳଉତ୍ସ - ସ୍ପେଶିଆଲ ଷ୍ଟୋରି ବଲାଙ୍ଗୀର

ବଲାଙ୍ଗୀର ସହରରେ ବଢିଛି ମନୁଷ୍ୟକୃତ ପ୍ରଦୂଷଣ । ସହରରେ 17ଟି ଛୋଟ ବଡ ଜଳ ଉତ୍ସ ରହିଥିବା ବେଳେ ଏବେ ଏହା ଅଳିଆ ଆବର୍ଜନାର ପେଣ୍ଠସ୍ଥଳି ପାଲଟିଛି । ଅଧିକ ପଢନ୍ତୁ...

ଅଳିଆ ଆବର୍ଜନାର ପେଣ୍ଠସ୍ଥଳି ପାଲଟିଛି ଜଳ ଉତ୍ସ

author img

By

Published : May 7, 2021, 4:08 PM IST

Updated : May 8, 2021, 10:07 AM IST

ବଲାଙ୍ଗୀର: ସାରା ପୃଥିବୀରେ ମନୁଷ୍ୟ କୃତ କାର୍ଯ୍ୟକଳାପ ଯୋଗୁଁ ପ୍ରଦୂଷଣ ବଢିଛି। ଏହାର ସିଧା ପ୍ରଭାବରେ ବଡ ପରିବେଶ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବର୍ତ୍ତମାନ ବାୟୁ ପାଣି ସବୁ ଦୂଷିତ ହୋଇ ସାରିଥିବା ବେଳେ ଜୀବଜଗତର ପ୍ରକୃତ ଜୀବନ ଚକ୍ର ପ୍ରଭାବିତ ହୋଇଛି। ଏବେ ବଲାଙ୍ଗୀର ସହରରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଇଛି । ସହରରେର 17 ଟି ଛୋଟ ବଡ ଜଳ ଉତ୍ସ ରହିଥିବା ବେଳେ ଏବେ ଏହା ଗାଡିଆରେ ପରିଣତ ହେଲାଣୀ । ସହରର ସବୁ ଆବର୍ଜନା ଓ ମଇଳା ପାଣି ଏହି ଜଳ ଉତ୍ସ ଗୁଡିକରେ ସିଧା ସଳଖ ଯାଇ ମିଶୁଛି । ଏବଂ ଏସବୁ ଗୋଟିଏ ଗୋଟିଏ ଆବର୍ଜନା ର ଗାଡ଼ିଆ ରେ ପରିଣତ ହୋଇଛି ।

ଅଳିଆ ଆବର୍ଜନାର ପେଣ୍ଠସ୍ଥଳି ପାଲଟିଛି ବଲାଙ୍ଗୀରର ସତର ଜଳଉତ୍ସ

ସୂଚନା ଅନୁଯାଇ ଏଠି ଥିବା ସବୁ ପୋଖରିରେ ରାଜା ରାଜୁଡି ସମୟରେ ଲୋକେ ମାଛ ଚାଷ କରୁଥିଲେ। ଅନେକ ପରିବାର ଏହା ଦ୍ବାରା ଉପକୃତ ହେଉଥିଲେ । ସେହିପରି ସବୁ ଶରତ ଋତୁରେ ବିଦେଶୀ ପକ୍ଷୀ ମଧ୍ୟ ଏହି ସବୁ ପୋଖରୀକୁ ଆସି ଏଠି ପ୍ରଜନନ ମଧ୍ୟ କରୁଥିଲେ । ହେଲେ ପ୍ରଶାସନିକ ସ୍ଥାଣୁତା ଓ ଖରାପ ବ୍ୟବସ୍ଥା ଯୋଗୁଁ ଏଠିକାର ଛୋଟ ବଡ ସବୁ ଜଳ ଉତ୍ସ ଏବେ ପ୍ରଦୂଷିତ ହୋଇଛି । ଏହାର ପ୍ରଭାବରେ ଏହି ସବୁ ପୋଖରୀରେ ଆଉ ମାଛ ନଥିବା ବେଳେ ଏଠିକାର ଜୀବଜଗତର ଜୀବନ ଚକ୍ର ବେଶ କ୍ଷତିଗ୍ରସ୍ତ ହୋଇଛି ।

ଦିନଥିଲା ଏଠି ବନ୍ୟା ପାଣି ନିଷ୍କାସନ ଓ ଦୂଷିତ ପାଣି ନିଷ୍କାସନ ପାଇଁ ସ୍ବନ୍ତ୍ର ବ୍ୟବସ୍ଥା ଥିଲା । ହେଲେ ଏବେ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଘର କଳ କାରଖାନା ବଢିବାରୁ ପ୍ରଦୂଷିତ ଜଳ ନିଷ୍କାସନ ପାଇଁ ଉଚିତ ବ୍ୟବସ୍ଥା ନ ଥିବା ଯୋଗୁ ଏହାର ସବୁ ଦୂଷିତ ପାଣି ସିଧା ସଳଖ ଏହି ସବୁ ପୋଖରୀରେ ଯାଇ ମିଶୁଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ ଏବେ ସବୁ ଜଳ ଉତ୍ସରେ ୟୁ ଟ୍ରଫି ଅବସ୍ଥା ଆସିଛି । ଅର୍ଥାତ ଦୂଷିତ ପାଣିରେ ବଢୁଥିବା ଜୀବ ବଢ଼ିବାରେ ଲାଗିଥିବା ବେଳେ ପାଣିର ଅମ୍ଳଜାନ ସ୍ଥର ହ୍ରାସ ପାଇଛି । ଯାହା ଫଳରେ ମାଛ ଓ ଅନ୍ୟାନ୍ୟ ଜୀବ ବିନା ଅମ୍ଳଜାନରେ ନଷ୍ଟ ହୋଇଛନ୍ତି ।

ସେହିପରି ପରିବେଶ ପାଇଁ ହିତକର ନ ଥିବା ଜୀବର ବୃଦ୍ଧି ହେବା ସହ ଅନାବନା ଉଦ୍ଭିଦ ସବୁ ଜଳ ଉତ୍ସ ରେ ବଢି ଜୀବନ ଚକ୍ରକୁ ନଷ୍ଟ କରିଛନ୍ତି । ଏହି ବ୍ୟବସ୍ଥାକୁ ସୁଦୃଢ଼ କଲେ ଏହି ଜଳାଉତ୍ସ ଓ ଜୀବ ସମୂର୍ଣ୍ଣ ଶେଷ ହୋଇ ଯିବ ବୋଲି କୁହାଯାଉଛି । ଫଳରେ ଏବେ ଜଳଉତ୍ସର ପୁନର ଉଦ୍ଧାର କରିବା ଆବଶ୍ୟକ ରହିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : May 8, 2021, 10:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.