ETV Bharat / state

ଏଣିକି ରାସ୍ତାରେ ହେବ ଧାନଚାଷ ! - ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତ

ଗୁହାରି ଶୁଣିଲେନି କେହି। ଶେଷରେ ରାସ୍ତାରେ ଧାନ ରୋଇଲେ ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତର ପିପଲମୁଣ୍ଡା ଗାଁରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 6, 2019, 10:59 PM IST

ବଲାଙ୍ଗୀର: ରାସ୍ତାରେ ଧାନ ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ । ୪ ବର୍ଷ ତଳେ ହୋଇଥିଲା ରାସ୍ତା କାମ। ତା ପରଠୁ ଆଜି ଯାଏ ରାସ୍ତାର ହାଲଚାଲ ପଚାରି ବୁଝିବା ପାଇଁ ଆସିଲେନି କୌଣସି ପ୍ରଶାସନ । ଏହି 4 ବର୍ଷ ମଧ୍ୟରେ ବେହାଲ ହୋଇଗଲାଣି ରାସ୍ତା ଅବସ୍ଥା । ମରାମତି ଅଭାବରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତର ପିପଲମୁଣ୍ଡା ଗାଁ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

କାଦ ପଚପଚ ରାସ୍ତାରେ ଯାତାୟତ କରୁଛନ୍ତି ପିପଲମୁଣ୍ଡା ଗାଁ ଲୋକେ । ଗାଁ ଲୋକେ କହିବା ଅନୁସାରେ, ଦୀର୍ଘ ଦିନରୁ ଏହି ରାସ୍ତାରେ ମାଟି ମୁଠାଏ ପଡିନି । 4 ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ରାସ୍ତା ମରାମତି ହୋଇଥିଲା ସତ, କିନ୍ତୁ ଏହାପରେ ମରାମତିର ନାଁ ଗନ୍ଧ ନାହିଁ। ସେଦିନ ପରଠୁ ସରକାର ଭୁଲିଗଲେ ରାସ୍ତାର ହାଲଚାଲ ପଚାରି ବୁଝିବା ପାଇଁ । ପିପଲମୁଣ୍ଡା ଗାଁରେ ବର୍ଷା ହେଲେ ରାସ୍ତା ପାଲଟିଯାଏ ଚାଷଜମି ।

ଏହି କାଦୁଅ ଭରା ରାସ୍ତାରେ ବହୁ ବାଇକ ଅରୋହୀ ଓ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ବି ଫଳ ଶୂନ। ସବୁ ଆଡ଼ୁ ନିରାଶ ହେବା ପରେ ପ୍ରଶାସନ ନିକଟରେ ନିଜ ପ୍ରତିବାଦ ଜଣାଇବାକୁ ଗାଁ ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏପରି ଅଭିନବ ପଦକ୍ଷେପକୁ ଅନ୍ୟମାନେ ପ୍ରଶଂସା କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଗୁହାରି କେହି ଶୁଣିଲେନି, ଶେଷରେ ରାସ୍ତାରେ ଧାନ ରୋଇଲେ ଲୋକେ
୪ ବର୍ଷ ତଳେ ହୋଇଥିଲା ରାସ୍ତା କାମ। ଏହାପରେ ମରାମତିର ନାଁ ଗନ୍ଧ ନାହିଁ। ଏହା ମଧ୍ୟରେ ରାସ୍ତା ଅବସ୍ଥା ବେହାଲ ହୋଇଗଲାଣି। ବର୍ଷା ହେଲେ ରାସ୍ତା ଉପରେ କାଦୁଅ ପଚପଚ। ଆଉ ଏହି ରାସ୍ତାରେ ଯାଇ ବହୁ ବାଇକ୍ ଅରୋହୀ ଓ ପାଦଚଲା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ଉତ୍ତର ମିଳୁଛି ହଁ କରିଦେବା। କିନ୍ତୁ ଫଳ ଶୂନ।
Body:

ସବୁ ଆଡ଼ୁ ନିରାଶ ହେବା ପରେ ପ୍ରଶାସନ ନିକଟରେ ନିଜ ପ୍ରତିବାଦ ଜଣାଇବାକୁ ଗାଁ ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ। ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତର ପିପଲମୁଣ୍ଡା ଗାଁରେ। ଗ୍ରାମବାସୀଙ୍କ ଏପରି ଅଭିନବ ପଦକ୍ଷେପକୁ ଅନ୍ୟମାନେ ପ୍ରଶଂସା କରିଛନ୍ତି ।

ଘଟଣାରୁ ଜଣାଯାଇଛି, ପିପଲମୁଣ୍ଡା ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଏଠାକାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ୱାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ମିଳୁ ନାହିଁ। ଗତ ୨୦୧୪-୧୫ ମସିହାରେ ମନେରଗା ଯୋଜନାରେ ଗାଁ ରାସ୍ତାରେ ମାଟି ବିଛା ଯାଇଥିଲା। ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ ଆଉ ରାସ୍ତା କାମ ହୋଇ ନାହିଁ।

ଏହି ରାସ୍ତା ଦେଇ ଗାଁ ଲୋକେ ଲୁକାପଡ଼ା, ବଙ୍ଗୋମୁଣ୍ଡା, ବନ୍ଦରା ଓ କଣ୍ଟାବାଞ୍ଜି ସହରକୁ ଯାଇଥାଆନ୍ତି। ଅନେକ ସମୟରେ କାଦୁଅ ରାସ୍ତା ଯୋଗୁ ବାଇକ୍ ଆରୋହୀ କିମ୍ୱା ପାଦଚଲା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି,“ ଆମ ଗାଁର ରାସ୍ତା ଖରାପ ହୋଇଯାଇଛି। ପିଲାମାନେ ସ୍କୁଲ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଗାଁକୁ କୌଣସି ଯାନବାହନ ଆସି ପାରୁ ନାହିଁ। ଏ ସମସ୍ୟା ସମ୍ପର୍କରେ ୱାର୍ଡମେମ୍ୱର, ସରପଞ୍ଚ ଓ ବିଡିଓଙ୍କୁ ଅବଗତ କରାଯାଇଥିଲା । ହେଲେ ସେମାନେ କିଛି ପଦକ୍ଷେପ ଗ୍ରହଣ କଲେନି।

ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବ୍ଲକ୍‌ର ଭାରପ୍ରାପ୍ତ ବ୍ଲକ୍ ଅଧିକାରୀ ଦୀକ୍ଷିତ ବେହେରା କହିଛନ୍ତି,“ ଗାଁକୁ ଯାଇ ଦେଖିବି ଏବଂ ରାସ୍ତା ତିଆରି କେମିତି ହେବ ସେ ନେଇ ପଦକ୍ଷେପ ନେବି ।”Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.