ETV Bharat / state

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଲେ ଜଗତର ନାଥ

author img

By

Published : Jul 31, 2023, 7:15 AM IST

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଲା ଗଡଶଙ୍କର ଡୁଙ୍ଗୁରି ପାଲି ଗ୍ରାମ । ତାଙ୍କ ସହିତ ବିସ୍ଥାପିତ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଭାବ ବିହ୍ୱଳ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଗାଁ ଭିତରୁ ନେଇ ଏକ ଅସ୍ଥାୟୀ ମନ୍ଦିରରେ ସ୍ଥାପିତ କରାଯାଇଛି । ଅଧିକ ପଢ଼ନ୍ତୁ

lower suktel irrigation project in balangir
ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ
ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଲା ଗଡଶଙ୍କର ଡୁଙ୍ଗୁରି ପାଲି ଗ୍ରାମ । ତାଙ୍କ ସହିତ ବିସ୍ଥାପିତ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଭାବ ବିହ୍ୱଳ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଗାଁ ଭିତରୁ ନେଇ ଏକ ଅସ୍ଥାୟୀ ମନ୍ଦିରରେ ସ୍ଥାପିତ କରାଯାଇଛି । ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏଥିରେ ପାଣି ଭରିବାରେ ଲାଗିଛି । ଏଥିରେ ଗାଁ ଗଣ୍ଡା ବୁଡ଼ିବା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବୁଡ଼ି ଅଞ୍ଚଳ ଗଡଶଙ୍କର ଡୁଙ୍ଗୁରି ପାଲି ଗ୍ରାମ ଅନେକ ବାଦ ବିବାଦ ପରେ ବିସ୍ଥାପିତ ହୋଇଛନ୍ତି ।

ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ଏଥିରେ ବନ୍ୟା ପାଣି ଭରିବାରେ ଲାଗିଛି । ନିତିଦିନ 100 କ୍ୟୁସେକରୁ ଅଧିକ ବନ୍ୟା ପାଣି ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସେହିପରି ଏଥିରେ ବୁଡିବାକୁ ଥିବା ଗାଁ ମାନଙ୍କରେ ମଧ୍ୟ ପାଣି ପଶିଛି । ଡ୍ୟାମ ମୁହାଣରେ ଥିବା ଗଡଶଙ୍କର ଡୁଙ୍ଗୁରି ପାଲି ଗାଁକୁ ନେଇ ଚିନ୍ତା ବଢିଥିଲା । ଏଠିକାର ଲୋକେ ଗାଁ ଛାଡ଼ିବାକୁ ନାରାଜ ଥିଲେ। ବିଶେଷ କରି ତାଙ୍କର ସବୁ କ୍ଷତିପୂରଣ ପ୍ରଦାନ ସହିତ ଗାଁରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଥମେ ଥଇଥାନ ନେଇ ଏମାନେ ଦାବି କରି ଥିଲେ। ତେବେ ପ୍ରଶାସନ ତାଙ୍କ କଥାକୁ ଓ ଦାବିକୁ ସମ୍ମାନ ଦେଇ ଆର୍ ଆର୍ କଲୋନୀରେ ଅସ୍ଥାୟୀ ମନ୍ଦିର ତିଆରି କରିଥିଲେ । ଶେଷରେ ମହାପ୍ରଭୁଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯାଇଛି । ଭାବବିହ୍ୱଳ ପରିବେଶ ମଧ୍ୟରେ ଗାଁ ଲୋକେ ଭିଟା ମାଟି ଛାଡିଥିବା ବେଳେ ଜଗନ୍ନାଥ ମହାପ୍ରଭୁଙ୍କ ମଧ୍ୟ ଗାଁରୁ ବିଦାୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲୋୟର ସୁକତେଲ ଡ୍ୟାମ୍‌ରେ ପଶୁଛି ବନ୍ୟାଜଳ: ବଢୁଛି ଜଳସ୍ଥର, ଗାଁ ଛାଡିବାକୁ ନାରାଜ ବିସ୍ଥାପିତ

ଏହି ଗାଁରେ କାହିଁ କେଉଁ କାଳରୁ ଜଗନ୍ନାଥ ଏଠାରେ ପୂଜା ପାଉଥିଲେ । ହେଲେ ଡ୍ୟାମ ତିଆରି ପାଇଁ ଉଭୟ ଗ୍ରାମବାସୀ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ଏହି ଗାଁରୁ ବିସ୍ଥାପିତ ହେବାକୁ ପଡ଼ିଛି । ସ୍ଥାୟୀ ମନ୍ଦିରରୁ ଆଣି ଅନ୍ୟ ଏକ ସ୍ଥାନରେ ନିର୍ମାଣ ହୋଇଥିବା ମନ୍ଦିରରେ ପ୍ରଭୁଙ୍କୁ ରଖାଯାଇଛି । ପାରମ୍ପରିକ ପୂଜାପାଠ କରି ପ୍ରଶାସନ ସାହାଯ୍ୟରେ ହଜାର ହଜାର ଗ୍ରାମବାସୀ ଏକତ୍ରିତ ହୋଇ ଭଜନ କିର୍ତ୍ତନ କରି ପ୍ରଭୁଙ୍କୁ ଅସ୍ଥାୟୀ ମନ୍ଦିରଙ୍କୁ ଅଣାଯାଇଛି । ତେବେ ଜଗନ୍ନାଥଙ୍କ ନୀତିକାନ୍ତି ଅନୁଯାୟୀ ଏଠାରେ ରୋଷଇ ଘର, ଭୋଗଣ୍ଡପ, ସହ ବିଭିନ୍ନ ପ୍ରକାର ସୁବିଧା ଆଗକୁ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.