ETV Bharat / state

ଅନ୍ୟ ଜାତିରେ ବାହା ହେବାରୁ ମୃତଦେହ ଛୁଇଁଲେନି ସାହିଭାଇ, ଅନ୍ତିମ ସତ୍କାର କଲେ ସ୍ବେଚ୍ଛାସେବୀ - ବଲାଙ୍ଗୀର ଖବର

ଅନ୍ୟ ଜାତିରେ ବାହା ହେବାରୁ ମୃତଦେହକୁ ମିଳିଲାନି ଚାରିକାନ୍ଧ । ବୃଦ୍ଧଙ୍କ ଅନ୍ତିମ ସତ୍କାର କଲେ ସ୍ବେଚ୍ଛାସେବୀ । ଅଧିକ ପଢନ୍ତୁ

ଜାତିପ୍ରଥା ପାଇଁ ମୃତଦେହ ଛୁଇଁଲେନି ଗାଁ ଲୋକେ
ଜାତିପ୍ରଥା ପାଇଁ ମୃତଦେହ ଛୁଇଁଲେନି ଗାଁ ଲୋକେ
author img

By ETV Bharat Odisha Team

Published : Sep 14, 2023, 8:25 AM IST

Updated : Sep 14, 2023, 10:53 AM IST

ଅନ୍ୟ ଜାତିରେ ବାହା ହେବାରୁ ମୃତଦେହ ଛୁଇଁଲେନି ସାହିଭାଇ

ବଲାଙ୍ଗୀର: ମଣିଷ ଯାଇ ମହାକାଶରେ ପହଞ୍ଚିଲାଣି, ହେଲେ ଆଜି ବି ସମାଜରୁ ଦୂର ହୋଇପାରିନି କୁତ୍ସିତ ଜାତିପ୍ରଥା । ଏବେ ବି ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛି ମଣିଷ । ଜାତି ପାଇଁ ମୃତ୍ୟୁ ପରେ ବି ମୃତଦେହ ଛୁଉଁନାହାନ୍ତି ସମ୍ପର୍କୀୟ । ଏମିତି କିଛି ସମ୍ବେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତର ଗଞ୍ଜାଉଡାର ଗାଁରେ । ଭିନ୍ନ ଜାତିରେ ବାହା ହୋଇଥିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ସାହିଭାଈ ତାଙ୍କର ପାଖ ମାଡିନଥିଲେ । ଅନ୍ତିମ ସଂସ୍କାର ଲାଗି ମୃତଦେହ ଛୁଇଁବାକୁ ବି ମନା କରିଦେଇଥିଲେ । ଦୀର୍ଘ ସମୟ ଧରି ମୃତଦେହ ଘରେ ପଡି ରହିବା ପରେ ଶେଷରେ ଏହାକୁ ସତ୍କାର କଲେ ସ୍ବେଚ୍ଛାସେବୀ ।

ସୂଚନା ଅନୁଯାୟୀ, ଗଞ୍ଜାଉଡାର ଗାଁରେ ରହୁଥିବା ୮୦ ବର୍ଷୀୟ ସାଧୁ ବାଗଙ୍କ ବୟସାଧିକ କାରଣରୁ ମୃତ୍ୟୁ ହୋଇଥିଲା । ତେବେ ସାଧୁ ଅନ୍ୟ ଜାତିରେ ବାହା ହୋଇଥିବାରୁ ୬୦ ବର୍ଷ ହେବ ବାସନ୍ଦ ଜୀବନ ବିତାଉଥିଲେ । ସେ ପ୍ରଥମେ ସାମାଜିକ ରୀତିନୀତି ଅନୁସାରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ପୁଣି ଅନ୍ୟ ଜାତିର ଆଉ ଜଣେ ଯୁବତୀକୁ ପ୍ରେମ ବିବାହ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଗାଁ ଲୋକେ ସାମାଜିକ ବାସନ୍ଦ କରିଥିଲେ । ଫଳରେ ସାଧୁ ନିଜର ଦୁଇ ସ୍ତ୍ରୀ ଓ ୪ଟି ସନ୍ତାନ ସହ ବାସନ୍ଦ ଜୀବନ ବିତାଇ ଆସୁଥିଲେ । ତାଙ୍କର ୩ ଝିଅ ବାହା ହୋଇ ଅନ୍ୟତ୍ର ରହୁଛନ୍ତି । ପୁଅ ମଧ୍ୟ ବିବାହ ପରେ ତାଙ୍କୁ ଛାଡି ଅଲଗା ସ୍ଥାନରେ ରହୁଛି । ଯେଉଁ କାରଣରୁ ପରିଣତ ବୟସରେ ସାଧୁ ବାଗ ଓ ତାଙ୍କ ଦୁଇ ବୃଦ୍ଧା ସ୍ତ୍ରୀ ବହୁ କଷ୍ଟରେ ଜୀବନ ବିତାଉ ଥିଲେ ।

ଏହାମଧ୍ୟ ପଢନ୍ତୁ: ଝିଅ ଅଜାତିରେ ବାହା ହେବାରୁ ମାଆର ମୃତଦେହକୁ ମିଳିଲାନି କାନ୍ଧ

ବୁଧବାର ଦିନ ସାଧୁ ବାଗଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜାତିର ବିବାହ କରିଥିବାରୁ ତାଙ୍କର ସତ୍କାର କରିବା ପାଇଁ ଜାତି ଭାଇ କେହି ଚାରି କାନ୍ଧ ଦେବାକୁ ଆସିନଥିଲେ । ଫଳରେ ଦୀର୍ଘ ୪ ଘଣ୍ଟା କାଳ ଘରେ ପଡିରହିଥିଲା ମୃତଦେହ । ଏହି ଖବର ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ସେବା ଚାରିଟେବୁଲ ଟ୍ରଷ୍ଟ ପାଇଥିଲା । ଏହାପରେ ସଂଗଠନର ସଦସ୍ୟମାନେ ଗାଁରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ନେଇ ତାଙ୍କର ପୈତୃକ ଜମିରେ ଶେଷକୃତ୍ୟ କରିଥିଲେ । ଏହି ସମୟରେ ସେଠାରେ ସେବା ଚେରିଟେବୁଲ ଟ୍ରଷ୍ଟର ସଭାପତି ସୁନୀଲ ସିଂ, ଉପସଭାପତି ଗିରିରାଜ ଭୋଇ, ବିଭୀଷଣ ଭୋଇ, ରଞ୍ଜିତ ସାହୁ, ବିକାଶ ସାହୁ, ମଣ୍ଟୁ ବିଶି ଉପସ୍ଥିତ ଥିଲେ ।

ଅନ୍ୟପଟେ ୬୦ ବର୍ଷ ହେଲାଣି ବାସନ୍ଦ ଜୀବନ କାଟୁଥିବା ମୃତକଙ୍କ ଦୁଇ ବୃଦ୍ଧା ପତ୍ନୀ ଘରର ମୁଖିଆଙ୍କୁ ହରାଇ ଅସହାୟ ହୋଇପଡିଛନ୍ତି । ତେଣୁ ସେମାନଙ୍କୁ ସମାଜରେ ସାମିଲ କରିବା ସହ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି । ଏନେଇ ସେବା ଚାରିଟେବଲ ଟ୍ରଷ୍ଟର ଉପସଭାପତି ଗିରି ଭୋଇ କହିଛନ୍ତି ଯେ, ବୃଦ୍ଧ ଜଣକ ଅନ୍ୟ ଜାତିରେ ବାହା ହୋଇଥିବାରୁ କେହି ତାଙ୍କ ମୃତଦେହ ଛୁଇଁବାକୁ ମନା କରିଦେଇଥିଲେ । ଏ ସମ୍ପର୍କରେ ସେମାନେ ଖବର ପାଇ ଗାଁକୁ ଯାଇ ମୃତଦେହକୁ ସସମ୍ମାନେ ସତ୍କାର କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 14, 2023, 10:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.