ETV Bharat / state

ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏଭଳି ଭିଡିଓ

author img

By

Published : Apr 28, 2022, 3:41 PM IST

ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏଭଳି ଭିଡିଓ
ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏଭଳି ଭିଡିଓ

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଛାତ୍ର ଜଣକ ଛାତରୁ ପଡ଼ିବା ପରେ ତାଙ୍କୁ ଚିକିତ୍ସା ଦେବା ପରିବର୍ତ୍ତେ କଲେଜ କର୍ତ୍ତୃପକ୍ଷ ବିନା ପୋଲିସ ଉପସ୍ଥିତିରେ ଛାତ୍ରର ପକେଟ ଯାଞ୍ଚ କରୁଥିବା ଦେଖାଯାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଦିଗ ଏକ ନୂଆ ମୋଡ଼ ନେଇଛି ।

କଲେଜରେ ନିଶାନ୍ତଙ୍କୁ ରାଗିଂ ହେଉଥିଲା । ଏଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏଭଳି ସମୟରେ ଭାଇରାଲ ଭିଡିଓ କେତେକ ନୂଆ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି । ଛାତ୍ର ଜଣକ ଗୁରୁତର ଅବସ୍ଥାରେ ହଷ୍ଟେଲ ଛାତ ତଳେ ପଡିଥିବା ବେଳେ ତାକୁ ପ୍ରାଥମିକ ଚିକିତ୍ସା ଦେବା ପରିବର୍ତ୍ତେ କଲେଜର ସହାୟକ ଡିନ୍‌ ନିଜେ, ଡିନ୍‌ଙ୍କ ଉପସ୍ଥିତିରେ ଛାତ୍ରଙ୍କ ପକେଟ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ତାହା ପୁଣି ପୋଲିସର ଅନୁପସ୍ଥିତିରେ । ତେବେ ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.