ETV Bharat / state

ଚିହ୍ନଟ ହୋଇପାରୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମି, ଖୁବଶୀଘ୍ର ହସ୍ତାନ୍ତର ଦାବି କଲା ପୂରାତନ ଛାତ୍ର ସଂଘ - balangir district administration

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମିର ରେକର୍ଡ ପାଉନି ପ୍ରଶାସନ । ତୁରନ୍ତ ଚିହ୍ନଟ ସହ କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ଦାବି କଲା ପୂରାତନ ଛାତ୍ର ସଂଘ । ଅଧିକ ପଢନ୍ତୁ...

ଚିହ୍ନଟ ହୋଇପାରୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମିର , ଖୁବ ଶିଘ୍ର ହସ୍ତାନ୍ତର ଦାବି କଲା ପୂରାତନ ଛାତ୍ର ସଂଘ

author img

By

Published : Aug 15, 2021, 9:01 PM IST

ବଲାଙ୍ଗୀର: 76 ବର୍ଷର ପୁରାତନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମି ସମସ୍ୟା ସମାଧାନ ହୋଇ ପାରୁନାହିଁ । ରାଜ ପରିବାର ଏଥିପାଇଁ 200 ଏକର ଜମି ଦାନ କରିଥିବାବେଳେ ଏହି ଜମି ଏବେ କେଉଁଠି ତାର ଠାବ କରିପାରୁନି ପ୍ରଶାସନ । ସେହିପରି କଲେଜ ନାଁରେ କୌଣସି ଜମି ଜମା ରେକର୍ଡ ନ ଥିବା ବେଳେ ଆଗକୁ ବିକାଶ ପାଇଁ ବାଧା ଉପୁଜିବ ବୋଲି ଆଶଙ୍କା କରାଯାଉଛି ।

ଚିହ୍ନଟ ହୋଇପାରୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମିର , ଖୁବ ଶିଘ୍ର ହସ୍ତାନ୍ତର ଦାବି କଲା ପୂରାତନ ଛାତ୍ର ସଂଘ

ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମି ସମସ୍ୟା ତୁଟି ପାରୁ ନାହିଁ। ସେପଟେ UGC ଏହି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛି। ଏବଂ ଆଗକୁ ଏହି ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଏହି ଜମି ସମସ୍ୟା ଏକ ବଡ ସମସ୍ୟା ହୋଇ ଛିଡା ହେବ। ତେବେ ଏହାକୁ ନେଇ ଜିଲ୍ଲାର ସବୁ ସଂଗଠନ ଓ ବ୍ୟକ୍ତି ବିଶେଷ ଆଗକୁ ଆସିବା ଆରମ୍ଭ କଲେଣି। ଏହି ଭଳି କଲେଜ ପୁରାତନ ଛାତ୍ର ସଂସଦର ସଦସ୍ୟ ମାନେ ମଧ୍ୟ ଆଗକୁ ଆସି କଲେଜର ଜମି ଚିହ୍ନଟ କରିବା ସହ କଲେଜ ନାଁରେ ଜମି ହସ୍ତାନ୍ତର କରିବାର ଦାବି କରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

1944 ମସିହାରେ ପାଟଣା ମହାରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହି କଲେଜର ପ୍ରତିଷ୍ଠା ପାଇଁ 200 ଏକର ଜମି ଦାନ କରିଥିଲେ। ହେଲେ ବିଭାଗୀୟ ଅବହେଳା ଯୋଗୁଁ ଏହି କଲେଜ ପାଇଁ ଉଦ୍ଦିଷ୍ଟ ଥିବା ଜମି ଏବେ କେଉଁଠି ଅଛି ତାହା କାହାରି ପାଖରେ ତଥ୍ୟ ନାହିଁ। ସେପଟେ ବର୍ତ୍ତମାନ ବଲାଙ୍ଗୀର ବିଜେଡିର ମଙ୍ଗ ଧରିଥିବା ରାଜା ପରିବାର ସଦସ୍ୟ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇ ଥିବାବେଳେ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ରାଜପରିବାର । ତେବେ ଏଭଳି ସମୟରେ ସରକାର ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.