ETV Bharat / state

ସମାଧାନ ହେଉନି ଜଳ ସମସ୍ୟା, ପାଣି ଟାଙ୍କି ଉପରେ ଚଢି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା - ପାଣି ଟାଙ୍କି ଉପରେ ଚଢି ଧାରଣା

ପାଣି ସମସ୍ୟା ଦୂର ପାଇଁ ଚାରି ବର୍ଷ ହେଲା ନିର୍ମାଣ ହୋଇଥିଲା ପାଣି ଟାଙ୍କି । ପାଣି ନଆସିବାରୁ ଟାଙ୍କି ଉପରେ ଚଢ଼ି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା । ଅଧିକ ପଢନ୍ତୁ

two zilla parishad member climb water tank

author img

By ETV Bharat Odisha Team

Published : Oct 5, 2023, 2:16 PM IST

ପାଣି ଟାଙ୍କି ଉପରେ ଚଢି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା

ବଲାଙ୍ଗୀର: ପାନୀୟ ଜଳର ଅସୁବିଧା ସମ୍ମୁଖୀନ ହେଉଥିଲେ ଲୋକେ । ସମସ୍ୟାର ସମାଧାନ ପାଇଁ ଚରମ ନିଷ୍ପତ୍ତି ନେଲେ ଜିଲ୍ଲା ପରିଷଦ ସଭ୍ୟା । 70 ଫୁଟ୍‌ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ସହ ଧାରଣା ଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଧୁମାଭଟା ଗ୍ରାମରେ। ଦୀର୍ଘ ଘଣ୍ଟାର ବିପଦପୂର୍ଣ୍ଣ ଭାବରେ ଧାରଣାରେ ପ୍ରଶାସନ ଓ ପୋଲିସ ହେଲା ନାକେଦମ । ପ୍ରତିଶ୍ରୁତି ପରେ ଦୁଇ ଜିଲ୍ଲା ପରିଷଦ ସଭ୍ୟା ସୁରକ୍ଷିତ ଭାବେ ପାଣି ଟାଙ୍କିରୁ ଓହ୍ଲାଇଥିବା ସୂଚନା ମିଳିଛି ।

ଧୁମାଭଟା ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟ ଥିବା ବେଳେ ତାର ସମାଧାନ ପାଇଁ ଏକ ପାଣି ଟାଙ୍କି ଏଠି ଚାରି ବର୍ଷା ହେବ ନିର୍ମାଣ ହୋଇଛି । ହେଲେ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକେ ପାଣି ପାଇଁ ଆଜିବି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ଏହାକୁ ନେଇ ସ୍ଥାନୀୟ 25 ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶବ୍ଦ ମିର୍ଦ୍ଧା ଓ 26 ନମ୍ୱର୍ ଜିଲ୍ଲାପରିଷଦ ଜୋନ୍ ସଭ୍ୟା ଅନିମା ଦାସ ଗତ 2 ତାରିଖରୁ ପାଣି ଟାଙ୍କି ତଳେ ଧାରଣା ଦେଇଥିଲେ । ତେବେ ସେମାନେ ଧାରଣା ଦେଇଥିବା ବେଳେ ପ୍ରଶାସନ କିମ୍ବା ଗ୍ରାମାଞ୍ଚଳ ଜଳ ଯୋଗାଣ ବିଭାଗ ତାଙ୍କ ଅଭିଯୋଗ ଶୁଣି ନଥିଲେ । ଯାହାପରେ ଆଜି ଦୁଇ ଜିଲ୍ଲା ପରିଷଦ ସଭ୍ୟା ପାଣି ଟାଙ୍କି ଉପରକୁ ଚଢିଯାଇଥିଲେ। ଅଭିଯୋଗ ନଶୁଣିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଗରୀବଙ୍କୁ ପଲିଥିନ ଦାବି: ବର୍ଷାରେ ଭିଜି 10 ଘଣ୍ଟା ଧାରଣାରେ ବସିଲେ ଜିଲ୍ଲା ପରିଷଦ ସଭ୍ୟା

ଏହି ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ସମୟ ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ସେମାନେ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇଥିଲେ । ତେବେ ଆନ୍ଦୋଳନରତ ଥିବା ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ କହିଛନ୍ତି ଯେ, ବେଲାପଡ଼ା ବ୍ଲକରେ ପିଇବା ପାଣି ସମସ୍ୟା ଗୁରୁତର ହୋଇଛି । ଏହାର ସମାଧାନ ପାଇଁ ଏଠି 20ରୁ ଊର୍ଦ୍ଧ୍ୱ ପାଣି ଟାଙ୍କୀ ତିଆରି ହୋଇଛି। ଯାହାକୁ ବର୍ଷ ବର୍ଷ ବିତି ଥିଲେ ମଧ୍ୟ କାର୍ଯ୍ୟକ୍ଷମ କରା ଯାଇନାହିଁ । ଯାହାଫଳରେ ଲୋକେ ପାଣି ପାଇଁ କଲବଲ ହେଉଛନ୍ତି । ଏନେଇ ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଅଭିଯୋଗ ଆଣିଥିଲେ । ସେହିପରି ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ । ହେଲେ କେହି ନଶୁଣିବାରୁ ଏମାନେ ଗତ ଦୁଇ ତାରିଖରୁ ଧାରଣା ଦେଇ ଥିଲେ । ତେବେ ତାକୁ ମଧ୍ୟ ହେୟଜ୍ଞାନ କରିବାରୁ ସେମାନେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି ।

ସେପଟେ ପାଟଣାଗଡ଼ RWSS ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ପରିଷଦ ସଭ୍ୟାଙ୍କ ସହ ଆଲୋଚନା କରି 20 ଦିନର ସମୟ ମାଗିଛନ୍ତି । ପାଣି ଟାଙ୍କି ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.