ETV Bharat / state

ଖେଳ ହେଲା କାଳ, ପାଣିରେ ବୁଡିଗଲେ 2 ଶିଶୁ କନ୍ୟା

author img

By

Published : Jan 14, 2021, 9:11 PM IST

ଖେଳୁ ଖେଳୁ ପାଣିରେ ବୁଡି ଦୁଇ ଜଣଙ୍କର ଚାଲିଗଲା ଜୀବନ । ବଲାଙ୍ଗୀର ଟିଟିଲାଗଡରେ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଖେଳୁ ଖେଳୁ ପାଣିରେ ବୁଡି ଦୁଇ ଜଣଙ୍କର ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀର ଟିଟିଲାଗଡ ହାଟପଦା ପଡ଼ାର ଦୁଇ ଶିଶୁ କନ୍ୟା ଆଜି ସନ୍ଧ୍ୟା ସମୟରେ ଖେଳିବା ପାଇଁ ପାଖ ନାଳକୁ ଯାଇଥିଲେ । ସେଠାରେ ଖେଳୁ ଖେଳୁ ସେମାନେ ପାଣିରେ ପଡ଼ି ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଘଟଣାସ୍ଥଳରେ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିବାବେଳେ ଆଉ ଜଣେ ଟିଟିଲାଗଡ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲା ।

ତେବେ ମୃତକମାନେ ହାଟପଦା ପଡ଼ାର ରାକ୍ଷୀ ରଥ ଓ ଶ୍ରଦ୍ଧା ପାଢ଼ୀ ବୋଲି ଜଣାପଡିଛି । ସେପଟେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.