ETV Bharat / state

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, 2 ଗିରଫ

author img

By

Published : May 16, 2020, 10:43 PM IST

Updated : May 17, 2020, 11:30 AM IST

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଅଭିଯୋଗ । ସୋଲ ବନ୍ଦ ଗ୍ରାମର ଓମପ୍ରକାଶ ବେହେରା ଓ ତାଙ୍କ ସାଙ୍ଗ ମହଣ ମାଝୀ କୌଣସି କାମରେ ବିଲେଇ ସାଥୀ ଗ୍ରାମକୁ ଯାଇଥିଲେ । ସେଠାରେ ଝଗଡା ହେବା ପରେ ଏମାନଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିଲା । ଅଧିକ ପଢନ୍ତୁ...

ସଙ୍ଘବଦ୍ଧ ଆକ୍ରମଣରେ ଯୁବକ ମୃତ, 2 ଗିରଫ
ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, 2 ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଅଭିଯୋଗ । ପାଟଣାଗଡ ଥାନା ଅନ୍ତର୍ଗତ ବିଲେଇ ସାଥୀ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି ।

ବିଲେଇ ସାଥୀ ଗାଁର ପଡୋଶୀ ସୋଲ ବନ୍ଦ ଗ୍ରାମର ଓମପ୍ରକାଶ ବେହେରା ଓ ତାଙ୍କ ସାଙ୍ଗ ମହଣ ମାଝୀ କୌଣସି କାମରେ ବିଲେଇ ସାଥୀ ଗ୍ରାମକୁ ଯାଇଥିଲେ । ସେଠାରେ ତାଙ୍କର ଚତୁର୍ଭୁଜ ସାହୁଙ୍କ ସହ ଝଗଡା ହୋଇଥିଲା । ଯାହା ପରେ ଚତୁର୍ଭୁଜ ସାହୁ ତାଙ୍କ ଦୁଇ ପୁଅ ଓ ଅନ୍ୟ କିଛି ସହଯୋଗୀ ମିଶି ଏମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ।

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, 2 ଗିରଫ

ଏଥିରେ ଯୁବକ ଓମ ପ୍ରକାଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ଏମାନଙ୍କୁ ଉଦ୍ଧାର କରିଛି । ଗୁରୁତର ମହଣ ମାଝୀକୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ । ଅନ୍ୟପଟେ ଦୁଇ ଜଣକୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କର ଖୋଜ ଜାରି ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 17, 2020, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.