ETV Bharat / state

ଯୁବକ ମୃତ୍ୟୁକୁ ନେଇ ବଙ୍ଗୋମୁଣ୍ଡ-ସିନ୍ଧେକେଲା ରାସ୍ତା ଅବରୋଧ - truck

ଘରୁଆ ସତନାମୀ ଏକ ପୋଲ ନିକଟରେ ବସିଥିବା ସମୟରେ ସିନ୍ଧେକେଲା ରାସ୍ତା ଦେଇ ଯାଉଥିବା ଏକ ଧାନ ବୋଝଇ ଟ୍ରକ  ଦ୍ରୁତ ଗତିରେ ଆସି ତାଙ୍କ ଉପରେ ଚଢାଇ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଘରୁଆଙ୍କ ମୃତ୍ୟୁ ଘଟିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 29, 2019, 12:09 PM IST

Updated : Jun 29, 2019, 12:41 PM IST

ବଲାଙ୍ଗୀର: ଧାନ ବୋଝେଇ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବଙ୍ଗୋମୁଣ୍ଡା ସିନ୍ଧେକେଲା ରାସ୍ତା କେନ୍ଦୁବାହାଳି ଛକ ନିକଟରେ । ମୃତକ ଯୁବକ ଜଣକ ବଙ୍ଗୋମୁଣ୍ଡା ସତନାମୀପଡ଼ାର ଘରୁଆ ସତନାମୀ ବୋଲି ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ସୂଚନା ଅନୁଯାୟୀ, ଘରୁଆ ସତନାମୀ ସବୁ ଦିନ ଭଳି ଶନିବାର ମଧ୍ୟ ତାଙ୍କ ଚାଷ ଜମିକୁ ଯିବା ସମୟରେ ଏକ ପୋଲ ନିକଟରେ ବସିଥିଲେ । ଏହି ସମୟରେ ସିନ୍ଧେକେଲା ରାସ୍ତା ଦେଇ ଯାଉଥିବା ଏକ ଧାନ ବୋଝଇ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ଚଢାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ଘରୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ମଧ୍ୟ ଚାଷ ଜମି ଭିତରକୁ ପସି ଓଲଟିଯାଇଛି ।

ଏହି ଘଟଣାକୁ ନେଇ ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇ ଥିବାବେଳେ ପରିବାର ବର୍ଗ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଏଥିସହ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ଯିବା ରାଜ୍ୟ ରାଜପଥ 42ରେ ରାସ୍ତାରୋକ ହୋଇଥିବା ଯୋଗୁ ଗାଡି ମୋଟର ଅଟକି ରଖିଛି । ଏପଟେ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଳାଇଛନ୍ତି ।

ବଲାଙ୍ଗିରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:Conclusion:
Last Updated : Jun 29, 2019, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.