ETV Bharat / state

ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ବ୍ୟବସ୍ଥା ନେଇ ପ୍ରତିବାଦ କଲେ ଆଦିବାସୀ

author img

By

Published : Jan 7, 2022, 8:31 PM IST

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ସଂରକ୍ଷଣ ତାଲିକାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯେଉଁଥିରେ ଆଦିବାସୀଙ୍କୁ ସଂରକ୍ଷଣ ଦିଆ ଯାଇ ନ ଥିବା ବେଳେ ଏହାକୁ ନେଇ ଆଦିବାସୀ ଆନ୍ଦୋଳନ କରିଛନ୍ତି। ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ କେଁ : ସଂରକ୍ଷଣ ବ୍ୟବସ୍ଥା ନେଇ ପ୍ରତିବାଦ କଲେ ଆଦିବାସୀ

ବଲାଙ୍ଗୀର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ସଂରକ୍ଷଣ ତାଲିକାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯେଉଁଥିରେ ଆଦିବାସୀଙ୍କୁ ସଂରକ୍ଷଣ ଦିଆ ଯାଇ ନ ଥିବା ବେଳେ ଏହାକୁ ନେଇ ଆଦିବାସୀ ଆନ୍ଦୋଳନ କରିଛନ୍ତି। ତେବେ ଏହାକୁ ବିଜେପି ସମ୍ପୂର୍ଣ୍ଣ ବେଆଇନ ଓ ଅଣ ସାମ୍ବଧାନିକ ବୋଲି କହିଛି।

ଅନ୍ୟପଟେ କଂଗ୍ରେସ ଦଳ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି। ତେବେ ବଲାଙ୍ଗୀରରେ ଶୁକ୍ରବାର ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂହ ଦେଓ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଅଣଦେଖା କରିବା ବେଆଇନ ବୋଲି କହିଛନ୍ତି।

ଭାରତୀୟ ସମ୍ବିଧାନ ଏସଟିଙ୍କୁ ସଂରକ୍ଷଣ ବ୍ୟବସ୍ଥା ଦେଇଥିବା ବେଳେ ସବୁ ସରକାର ତାକୁ ଲାଗୁ କରିବା ପାଇଁ ବାଧ୍ୟ ବୋଲି ସେ କହିଛନ୍ତି। ସେହିପରି ଓଡିଶାରେ ଏସଟିଙ୍କ ଜନସଂଖ୍ୟା 22 ପ୍ରତିଶତ ଥିବା ବେଳେ ଏଠି ସରକାର ତାଙ୍କୁ ଅଣଦେଖା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଏହାକୁ ନେଇ ତାଙ୍କର ସ୍ପଷ୍ଟ ମତ ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏହି ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ତେବେ ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲି ଥିବା ବେଳେ ଏହା ଦ୍ଵାରା ପରିସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି ସେ ମତ ଦେଇଛନ୍ତି।

ଆଦିବାସୀ ଓ ପଛୁଆ ବର୍ଗଙ୍କୁ ଅଣଦେଖା କରି ନିର୍ବାଚନ ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି । କମିଶନକୁ ନିର୍ବାଚନ ସ୍ଥଗିତ ରଖିବା ପାଇଁ କହିବେ ବୋଲି ନରସିଂହ କହିଛନ୍ତି। ତେବେ ସାମ୍ପ୍ରତିକ କୋରୋନା ପରିସ୍ଥିତି ଓ ଆଦିବାସୀଙ୍କ ଆନ୍ଦୋଳନ ପାଇଁ ଏହି ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ତାହା ଦ୍ଵନ୍ଦରେ ରହିଛି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା 10 ତାରିଖରେ ସର୍ବଦଳୀୟ ବୈଠକ ବସିବ । ତେବେ ବୌଠକରେ କଣ ନିଷ୍ପତି ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.