ETV Bharat / state

ଟିଟିଲଗଡ଼-ହାୱଡା ଏକ୍ସପ୍ରେସରେ ନିଆଁ, ଯାତ୍ରୀ ଭୟଭୀତ

author img

By ETV Bharat Odisha Team

Published : Dec 21, 2023, 10:32 AM IST

Updated : Dec 21, 2023, 2:44 PM IST

Titlagarh-Howrah express catches fire: ଟିଟିଲାଗଡ-ହାୱଡା ଏକ୍ସପ୍ରେସ ଟ୍ରେନରେ ଲାଗିଲ ନିଆଁ । ସଇଁତଳା ଷ୍ଟେସନ ନିକଟରେ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

ଟିଟିଲଗଡ଼-ହାୱଡା ଏକ୍ସପ୍ରେସରେ ନିଆଁ
ଟିଟିଲଗଡ଼-ହାୱଡା ଏକ୍ସପ୍ରେସରେ ନିଆଁ

ଟିଟିଲଗଡ଼-ହାୱଡା ଏକ୍ସପ୍ରେସରେ ନିଆଁ

ବଲାଙ୍ଗୀର: ପୁଣି ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ଟିଟିଲାଗଡ-ହାୱଡା ଏକ୍ସପ୍ରେସ୍ ଟ୍ରେନରେ ଏହି ନିଆଁ ଲାଗିଛି । ଆଜି ସକାଳେ ଏହି ଟ୍ରେନ ବଲାଙ୍ଗୀର ଜିଲ୍ଲାର ସଇଁତଳା ଷ୍ଟେସନରେ ପହଞ୍ଚିବା ପରେ ଏହାର D-4 ବଗି ତଳେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି । ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିବା ପରେ ଟ୍ରେନ ପୁଣି ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ତେବେ ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ଷ୍ଟେସନ ପରିସରରେ ଭୟର ବାତାବରଣ ଖେଳାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଟିଟିଲାଗଡ ରେଳ ଜଙ୍କସନରୁ ଆଜି ଭୋର୍ 5ଟା 15 ମିନିଟ ସମୟରେ ଟିଟିଲାଗଡ-ହାୱଡା ଏକ୍ସପ୍ରେସ୍ ଛାଡିଥିଲା । ଟିଟିଲାଗଡ ପରେ ସଇଁତଳା ଷ୍ଟେସନ ଠାରେ ପହଞ୍ଚିବା ପରେ ଭୋର୍ 5ଟା 52 ମିନିଟ ସମୟରେ ଏହାର ପାସେଞ୍ଜର ବଗି D-4 ତଳେ ନିଆଁ ଜଳୁଥିବାର କିଛି ଯାତ୍ରୀ ଦେଖିଥିଲେ । ଏନେଇ ସେମାନେ ତୁରନ୍ତ ରେଳ କର୍ମଚାରୀଙ୍କୁ ଖବର ଦେଇଥିଲେ । ଟ୍ରେନରେ ନିଆଁ ଲାଗିବା ଦେଖି ଷ୍ଟେସନରେ ଭୟର ବାତାବରଣ ଖେଳିଯାଇଥିଲା । ଭୟରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ରେଳ କର୍ମଚାରୀ ଆସି ଯାଞ୍ଚ କରିବା ପରେ ଟ୍ରେନର ବ୍ରେକ ଶୁ'ରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ଏହି ଘଟଣା ପାଇଁ ଟ୍ରେନଟି ସଇଁତଳା ଷ୍ଟେସନରେ ପ୍ରାୟ ଅଧ ଘଣ୍ଟା ଧରି ଅଟକି ରହିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଏନେଇ ଷ୍ଟେସନ ମ୍ୟାନେଜର କହିଛନ୍ତି, ଏହି ଘଟଣା ସାଧାରଣ ଥିଲା ଓ ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରାଯିବା ପରେ ପୁଣି ଟ୍ରେନ୍‌ ଛାଡ଼ିଥିଲା । ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗି ଯାଇଥିଲା । ଏବେ ସବୁ ଠିକଠାକ୍ ଅଛି । ସେପଟେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନି । ଟିଟିଲାଗଡ ହାୱଡା ଏକ୍ସପ୍ରେସ ଟ୍ରେନ ଦୂରଗାମୀ ଟ୍ରେନ ହୋଇଥିବା ବେଳେ ମୂଳ ଷ୍ଟେସନ ଟିଟିଲାଗଡରୁ ମାତ୍ର ୨୫ କିମି ଦୂର ସଇଁତଳା ଠାରେ ଏହି ଘଟଣା ଘଟିଥିଲା । ଏହାକୁ ନେଇ ଯାତ୍ରୀମାନେ ଖୁବ ଭୟଭୀତ ହୋଇପଡିଥିଲେ । ସେପଟେ ଉଚିତ୍ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳି ଯାଇଥିବାର ଚର୍ଚ୍ଚା ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 21, 2023, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.