ବଲାଙ୍ଗୀର: ଜିଲ୍ଲା ପୋଲିସକୁ ବଡ ସଫଳତା । ତିନି ଜଣ ବାଇକ ଲୁଟେରାକୁ ଗିରଫ କରିବା ସହ 3ଟି ଚୋରି ବାଇକ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ସହ ରିମାଣ୍ଡ ପାଇଁ ଆବେଦନ କରିଛି । ତେବେ ଏକାଧିକ ମୋଟର ସାଇକଲ ଚୋରି ମାମଲାରେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି ।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଵଲାଙ୍ଗୀର ଲରମ୍ଭା ଥାନା ଗୁଞ୍ଚା ଢ଼ିହି ଗ୍ରାମର ପ୍ରେମାନନ୍ଦ ଥପା, ପାଟଣାଗଡ଼ ସିଲେଟପଡା ଗ୍ରାମର ଭାସ୍କର ବାଞ୍ଚର ଓ ସାନନ୍ଦ ନାଏକ। ବଲାଙ୍ଗୀର ସହର ମଧ୍ୟରେ ବୁଲି ମୋଟର ସାଇକଲ ସବୁ ଚୋରି କରି ଗ୍ରାମାଞ୍ଚଳକୁ ନେଇ ବିକ୍ରି କରୁଥିଲେ । ତେବେ ନିକଟରେ ବଲାଙ୍ଗୀର ସିଡିଏମଓ କାର୍ଯ୍ୟାଳୟରୁ ଏକ ମୋଟର ସାଇକଲ ଚୋରି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଏମାନଙ୍କ ଠାରୁ ଠାବ କରାଯାଇଥିଲା ।
ପୋଲିସ 3ଟି ଚୋରି ମୋଟର ସାଇକେଲ ଜବତ କରିଥିବା ବେଳେ ଆହୁରି ମୋଟର ସାଇକଲ ଜବତ ହେବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡ ପାଇଁ ଆବେଦନ କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ